Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biren Kumar Behera

Others

2  

Biren Kumar Behera

Others

ସତରଞ୍ଜି

ସତରଞ୍ଜି

1 min
449


ସତରଞ୍ଜି ଏକ ଏମିତି ଖେଳଟେ,


ବଢାଏ ବୁଦ୍ଧି ଓ ଧ୍ୟାନ ।


ଏହି ଖେଳ ପାଇଁ ଆବଶ୍ୟକ ହୁଏ,


ଦୁଇଟି ବୁଦ୍ଧିଆ ମନ ।।


ଏକାଗ୍ରତା ଆଉ ସ୍ମରଣ ଶକ୍ତିକୁ,


ଏହି ଖେଳ କରେ ବୃଦ୍ଧି ।


ଛୋଟ ପିଲାଙ୍କୁ ଏ ଖେଳ ଶିଖେଇଲେ,


ବଢଇ ପିଲାଙ୍କ ବୁଦ୍ଧି ।।


ପାଠ ପଢିବାରେ ଏହି ଖେଳ ପରା,


ପିଲାଙ୍କୁ ସହାୟ ହୁଏ ।


ଏକାଗ୍ରତା ଆଉ ସ୍ମରଣ ଶକ୍ତିଟା,


ଆପେ ଆପେ ବଢିଯାଏ ।।


ଏହାକୁ କୁହନ୍ତି ମସ୍ତିସ୍କର ଖେଳ,


ଖେଳ ଭିତରେ ଏ ରାଜା ।


ଥରେ ଯେ ଖେଳିଛି ପାଇଛି ସେ ଏକା,


ସତରଞ୍ଜି ର ସେ ମଜା ।।


ଲୋକଙ୍କ ପାଖରେ ଏହାର ଆଦର,


ନାହିଁ ଅନ୍ୟ ଖେଳ ପରି ।


ଆସ ହେ ଏହାକୁ କରିବା ପ୍ରସାର,


ସବୁ ମନେ ଦେବା ଭରି ।।



Rate this content
Log in