Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Biren Kumar Behera

Others

2  

Biren Kumar Behera

Others

ସତରଞ୍ଜି

ସତରଞ୍ଜି

1 min
121


ସତରଞ୍ଜି ଏକ ଏମିତି ଖେଳଟେ

ବଢାଏ ବୁଦ୍ଧି ଓ ଧ୍ୟାନ

ଏହି ଖେଳ ପାଇଁ ଆବଶ୍ୟକ ହୁଏ

ଦୁଇଟି ବୁଦ୍ଧିଆ ମନ ।

ଏକାଗ୍ରତା ଆଉ ସ୍ମରଣ ଶକ୍ତିକୁ,

ଏହି ଖେଳ କରେ ବୃଦ୍ଧି

ଛୋଟ ପିଲାଙ୍କୁ ଏ ଖେଳ ଶିଖେଇଲେ

ବଢଇ ପିଲାଙ୍କ ବୁଦ୍ଧି ।

ପାଠ ପଢିବାରେ ଏହି ଖେଳ ପରା

ପିଲାଙ୍କୁ ସହାୟ ହୁଏ

ଏକାଗ୍ରତା ଆଉ ସ୍ମରଣ ଶକ୍ତିଟା

ଆପେ ଆପେ ବଢିଯାଏ ।

ଏହାକୁ କୁହନ୍ତି ମସ୍ତିସ୍କର ଖେଳ

ଖେଳ ଭିତରେ ଏ ରାଜା

ଥରେ ଯେ ଖେଳିଛି ପାଇଛି ସେ ଏକା

ସତରଞ୍ଜିର ସେ ମଜା ।

ଲୋକଙ୍କ ପାଖରେ ଏହାର ଆଦର

ନାହିଁ ଅନ୍ୟ ଖେଳ ପରି

ଆସ ହେ ଏହାକୁ କରିବା ପ୍ରସାର

ସବୁ ମନେ ଦେବା ଭରି ।


Rate this content
Log in