Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Others Children

4  

Prabhati Mahapatra

Others Children

ସତର୍କତା ଅବଲମ୍ବନ

ସତର୍କତା ଅବଲମ୍ବନ

1 min
321


ଅଶାନ୍ତ ଗ୍ରହକୁ ନେଇ ଆସିଛି କରୋନା

ତୋ କାନେ କହୁଛି ମିତ ଅବୁଝା ହୁଅନା ।

ବନ୍ଦ ସବୁ ବ୍ୟବସାୟ ବନ୍ଦ ବିଦ୍ୟାଳୟ

ଚଉଦିଗେ ଘେରେ ଦେଖ ବିଷାଦ ବଳୟ ।

ଲକ୍ଷ୍ମଣ ରେଖାକୁ ଯେବେ କରି ଯିବା ପାର

ଅକ୍ରୋଶେ ଜାଳିବ ତନୁ ହେବା କି କାହାର ।

ନିୟମ ମାନି ଚଳିବା ଶିଖାଇବା ପରେ

ଆମ୍ଭ ଯେ ଶିକ୍ଷିତ ଛାତ୍ର ଏ ଧରା ପୃଷ୍ଠରେ ।

ପରିଷ୍କୃତ ପରିବେଶ ଅତି ଶୋଭନୀୟ

ତା ସଙ୍ଗେ ବିଲୁପ୍ତ ବ୍ୟାଧି ଏ କଥା ଟି ଥୟ ।

ଏତେ ପାଶେ ଆସି ତୁହି କହିବୁନି ମୋତେ

ତୁହି ମୋ ପରମ ବନ୍ଧୁ କହୁଛି ରେ ତୋତେ ।

ବଞ୍ଚି ଥିଲେ ବାରବାର ହେଉ ଥିବ ଦେଖା

ଦୂରତା ମାପି ଚଳିଲେ କରୋନାରୁ ରକ୍ଷା ।

କାଲି ଯେବେ ଦେଖା ହେବ ପାଳିବୁ ନିୟମ

ଏଥିରେ ତ ଲାଗେ ନାହିଁ ଶକ୍ତି କିବା ଶ୍ରମ ।



Rate this content
Log in