ସ୍ତ୍ରୀ
ସ୍ତ୍ରୀ
1 min
350
ସୁଖ ବାଣ୍ଟି
ଦୁଃଖକୁ ଛାତି ତଳେ
ଚୁପ୍ ଚାପ୍ ଚାପି ଚାପି
ଆଗକୁ ବଢିବାର
ସାହସ ଯୋଗାଏ
ସଫଳତା ସାଉଁଟିବା ପାଇଁ ।
ଥରେ ଥରେ ହାରିଗଲେ
ଆଶ୍ଵାସନା ଦେଇ
କହୁଥାଏ ନ ହାରିଲେ
ଜିତିବ କେମିତି
ଜୀବନ ତ ହାର ଜିତ
ସଫଳ ଓ ବିଫଳତା
ସାପ ଶିଡି ଚଢା ଓ
ଓହ୍ଲେଇବା ଖେଳ ।
ବାର ବାର କହୁଥାଏ
ହାରିଗଲେ ଭାବ ନାହିଁ
କେବେବି ଜିତି ପାରିବନି
ଏକଥା ପଦକରେ ମନ ନବୁଝିଲେ
ଇତିହାସ ପୃଷ୍ଟା ଲେଉଟାଇ
ଆହରହ ଦେଖାଉଥାଏ
ଏକ ହଜାର ଥର ଅସଫଳ ହୋଇଥିବା
ଥୋମାସ ଏଡିସନଙ୍କ ପଛରେ କେମିତି
ସଫଳତା ଗୋଡାଉଥିଲା
ବିଦ୍ୟୁତ୍ ବଲବ୍ ଉଦ୍-ଭାବନ ପର୍ଯ୍ୟନ୍ତ
ତାଙ୍କର ଚେଷ୍ଟା ନିଷ୍ଠା
ଅହରହ ଜୀବନ୍ତ ଥିବାରୁ ।
