STORYMIRROR

Gadadhar Sahoo

Others

3  

Gadadhar Sahoo

Others

ସ୍ତ୍ରୀ

ସ୍ତ୍ରୀ

1 min
356


ସୁଖ ବାଣ୍ଟି

ଦୁଃଖକୁ ଛାତି ତଳେ 

ଚୁପ୍ ଚାପ୍ ଚାପି ଚାପି

ଆଗକୁ ବଢିବାର

ସାହସ ଯୋଗାଏ

ସଫଳତା ସାଉଁଟିବା ପାଇଁ ।


ଥରେ ଥରେ ହାରିଗଲେ

ଆଶ୍ଵାସନା ଦେଇ

କହୁଥାଏ ନ ହାରିଲେ

ଜିତିବ କେମିତି

ଜୀବନ ତ ହାର ଜିତ

ସଫଳ ଓ ବିଫଳତା

ସାପ ଶିଡି ଚଢା ଓ

ଓହ୍ଲେଇବା ଖେଳ ।


ବାର ବାର କହୁଥାଏ

ହାରିଗଲେ ଭାବ ନାହିଁ

କେବେବି ଜିତି ପାରିବନି

ଏକଥା ପଦକରେ ମନ ନବୁଝିଲେ

ଇତିହାସ ପୃଷ୍ଟା ଲେଉଟାଇ

ଆହରହ ଦେଖାଉଥାଏ

ଏକ ହଜାର ଥର ଅସଫଳ ହୋଇଥିବା

ଥୋମାସ ଏଡିସନଙ୍କ ପଛରେ କେମିତି

ସଫଳତା ଗୋଡାଉଥିଲା

ବିଦ୍ୟୁତ୍ ବଲବ୍ ଉଦ୍-ଭାବନ ପର୍ଯ୍ୟନ୍ତ

ତାଙ୍କର ଚେଷ୍ଟା ନିଷ୍ଠା

ଅହରହ ଜୀବନ୍ତ ଥିବାରୁ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍