STORYMIRROR

Umashankar Satpathy

Others

3  

Umashankar Satpathy

Others

ସ୍ତ୍ରୀ

ସ୍ତ୍ରୀ

1 min
422


ଯନ୍ତ୍ରୀ ସେ , ସନ୍ତ୍ରୀ ସେ

ତୁମ ମନ ଅଟ୍ଟାଳିକାରେ

ଅସଜ୍ଜିତ ଆସବାବପତ୍ରର

ଠିକାଦାର ସେ,

ତୁମ ପ୍ରତିଷ୍ଠାର ଅଭାସ୍

ସଂଘର୍ଷର ଅବିଚ୍ଛେଦ୍ୟ ଅଙ୍ଗ ସେ

ଆତ୍ମୀୟତାର କଙ୍କଣ

ଅବସାଦର ପାଉଁଜି

ଅଭିଳାସାର ସିନ୍ଦୂର

ତା ସମର୍ପଣ ହିଁ ପ୍ରମାଣ

ସେ ସର୍ବସଂହା, ଚଞ୍ଚଳା, ଲଜ୍ଜ୍ୟାଶିଳା 

ସବୁ କବିତାର ନାୟିକା

ଅର୍ଯ୍ୟା ଭାର୍ଯ୍ୟା ପ୍ରେମସମ୍ପୂର୍ଣ୍ଣା ସେ..

ଅଜବ କର୍ଫ୍ୟୁ ବି ସାମ୍ନା କରେ ସେ

ସନ୍ଦେହର ବିଭୀଷିକାରେ

ତଥାପି ଅପେକ୍ଷା କରେ

ମୋହିନୀର ସ୍ୱର

ଅସୁରକୁ ବି କରେ ସେ

କୃଷ୍ଣରେ ରୂପାନ୍ତର

ଶଯ୍ୟା କରେ ବିଭାଜନ

ହୃଦୟକୁ କରି ହିଁ ପଥର

ଦେଖେ ଯେବେ ଉଦ୍ଭାସିତ ଇନ୍ଦ୍ରଧନୁର ରଙ୍ଗ

ଝଳସାଏ ଅବସପଣ ପୂର୍ବରାତିର

ଦୁରତାର ମୂଲ୍ୟବି ମାପେନି ସେ

ସ୍ୱପ୍ନସ୍ନାତ ରାତି କାଟିଚାଲେ

ପ୍ରିୟା ସେ ପ୍ରେମିକାଠୁ ଭିନ୍ନ

ଚୁକ୍ତିକୁ ସମ୍ମାନ ଦେଇ ବଞ୍ଚିଛି

ସାତ ଜନ୍ମ ଯାଏଁ

ଭାବିଛି ସେ ସ୍ଵତ୍ଵଲିପି, ଅଧିକାର,

ଅଙ୍ଗୀକାର ଅଗ୍ନିକୁ ସାକ୍ଷୀରେ

ତଥାପି କରିନି ତୁଳନା କେବେ

ଯାଜ୍ଞସେନୀ ନା ଅନସୂୟା ବଳେ

ଧାରା ରୁ ନା ରାଧା

ଧାରା କେବେ ହେଲା ନିମ୍ନଗାମୀ

ରାଧା ହେଲା ପୁଣି ଉର୍ଦ୍ଧ୍ୱଗାମୀ

ଫରକ ପଡିନି

ରାଧାତତ୍ତ୍ୱ ଉର୍ଦ୍ଧ୍ୱଗାମୀ

ପୁରାଣରେ ଅଛି

ରାଧାପ୍ରେମ ଉର୍ଦ୍ଧ୍ୱଗାମୀ

ତା ଉର୍ଦ୍ଧ୍ୱେ ନିୟତି

ସାଇତା ସ୍ମୃତିକୁ ବୁକୁରେ ଚାପି

କାଟେ ଦିନରାତି

ସ୍ମୃତିର ବନ୍ଦୀଶାଳେ ଥିବା ଆଜୀବନ କଏଦୀ ସେ

(ସେ)....

ସ୍ତ୍ରୀ ........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍