STORYMIRROR

Santanu kumar Meher

Others

3  

Santanu kumar Meher

Others

ସ୍ତ୍ରୀ ମୋ କହୁଛି

ସ୍ତ୍ରୀ ମୋ କହୁଛି

1 min
113

ସକାଳରୁ ଆଜି

ସ୍ତ୍ରୀ ମୋ କହୁଛି-

ଉଠ ହେ, ବିଛଣା ଛାଡ଼ ।

ସଅଳ ଯାଅ ହେ, 

ନିତ୍ୟକର୍ମ ସାରି-

ପନିପରିବା କିଣି ଆଣ ।୧।

ରୁଷେଇ କରିବି-

ସଅଳ ଆଜି ମୁଁ, 

ଛୁଟି ଅଛି ରବିବାର ।

ସଅଳ ଖାଇବା-

ଘରକାମ ସାରି ,

ଟିଭି ଖୋଲି ବସିବା ଏଥର ।୨।

 ଭାରତ-ପାକିସ୍ତାନ ଆଜି,

ମ୍ୟାଚ ଅଛି ବୋଲି,

ସ୍ତ୍ରୀଟି ମୋହର- ପୂଜା କରି ବସିଛି ।

ସ୍ତ୍ରୀ ମୋ କହୁଛି-

ବର୍ଷା ନ ହେଉ, 

ମ୍ୟାଚ ଖେଳାଯାଉ-

ମାଂସ ରାନ୍ଧି ଦେବୀ କହୁଛି। ।୩।

ଦେଶ ଦେଶ ପାଇଁ

ଜୀବନକୁ ବାଜି-

ଲଗାଉଛନ୍ତି ଜନଗଣ ।

ଖେଳ ଓ ଖେଳାଳି, 

ଶତ୍ରୁ ଯୋଦ୍ଧା ହୋଇ- 

 ମାରିବେ ଚୌକା-ଛକା ବାଣ।୪।

ପାକିସ୍ତାନ-ଭାରତ

ମ୍ୟାଚ ଯେ, ନ ଦେଖିଛି,

ସେ କି, ଦେଶର ଭକ୍ତ ।

ରୁହ ହେ ଏଥର .?

ସ୍ତ୍ରୀ ମୋ କହୁଛି-

ମ୍ୟାଚଟି ଦେଖିବା, 

ତମେ ହୋଇଯିବ ମୁକ୍ତ ।୫।

World କପ- ଏଥର ଆଣିବ

ଭାରତୀୟ ଟିମ ଆମର,

ରୁଜ ହେ ଏଥର ।

ରବିବାର ଦିନ- 

ମିଶିକି ଦେଖିବା, 

ମ୍ୟାଚଟି ହେବ, ଫୁଲ ପାୱାର ।୬।

ସର୍ଜିକାଲ ଷ୍ଟ୍ରାଇକକୁ

ଇମ୍ରାନ ଖାଁ, 

ଟକର ଦେବ କି ଆଜି .?

ସ୍ତ୍ରୀ ମୋ କହୁଛି-

ଆଜିର ମ୍ୟାଚରେ,

ଭାରତ ଜିତିଲେ-

ଦେବୀ ସମସ୍ତଙ୍କୁ ଗୋଟେ ଭୋଜି ...

ସ୍ତ୍ରୀ ମୋ କହୁଛି- ।୭।

ଇଂଲଣ୍ଡ ଦେଶର

ମାନଚେଷ୍ଟାର ପଡ଼ିଆରେ

ଦର୍ଶକଙ୍କ ବେସି ଭିଡ,

ହସୁଛି-କାନ୍ଦୁଛି ଦେଖ ।

ଭାରତୀୟ ଝିଅ-

ପାକିସ୍ତାନ ଜ୍ୱାଇଁ ର

ସୁଖୀ ତ, ଯାଉଛି ମୁଖ ।୮।

ସ୍ତ୍ରୀ ମୋ କଜୁଛି-

ଫୋନ ଚାର୍ଜ କରି-

ରଖିଥାଅ ଏବେଠାରୁ ।

କାଳେ, ବିଦ୍ୟୁତ

ଚାଲିଯିବ ଘରୁ ବାହାରୁ-

ଦେଖିବା ଜିଓ ଟିଭିରୁ  ।୯।

ପାଣି ବୋତଲକୁ

ସଜାଇ ରଖିଛି-

ଫଳମୂଳ କେତେ ସାରା ।

କୁଆଡେ ଯାଅନି,

ମୋ ପାଖେ ଥାଅ-

ଖାଇ ରସଗୋଲା ବରା । ୧୦।

ବର୍ଷା ବାଧକ ପଡିଆ ଭିତରେ 

କରିବକି ତାର ନୃତ୍ୟ,

ଖେଳାଳି କରିବେ କସରତ ।

୩ଶ ଚାଳିଶି,କରିବ ଭାରତ

ଝାଳନାଳ ହୋଇ ଆଜି,

ଇମ୍ରାନ ଖାଁଙ୍କୁ-ନିଦ ତ ହେବନି

ଜିତିବ କେମିତି ନିଜେ ତ ।୧୧।



Rate this content
Log in