ସ୍ତ୍ରୀ ମୋ କହୁଛି-୨
ସ୍ତ୍ରୀ ମୋ କହୁଛି-୨
1 min
168
ସ୍ତ୍ରୀ ମୋ କହୁଛି
ନରେନ୍ଦ୍ର ମୋଦିଙ୍କୁ-
ଇମ୍ରାନ ଖାଁ,
ଟକର ଦେବ କି ଆଜି ।
ସ୍ତ୍ରୀ ମୋ କହୁଛି
ଆଜିର ମ୍ୟାଚରେ ,
ଭାରତ ଜିତିଲେ
ଦେବି ସମସ୍ତଙ୍କୁ ଗୋଟେ ଭୋଜି ।।୧।।
ଇଂଲଣ୍ଡ ଦେଶର,
ମାନଚେଷ୍ଟାର ପଡିଆରେ
ଦର୍ଶକଙ୍କ ଭିଡ,
ହସୁଛି-କାନ୍ଦୁଛି ଦେଖ ।
ଭାରତୀୟ ଝିଅ-ପାକିସ୍ତାନ ଜ୍ୱାଇଁର
ଶୁଖିଯାଉଅଛି ଦେଖା ମୁଖ ।।୨।।
ସ୍ତ୍ରୀ ମୋ କହୁଛି-
ଫୋନ ଚାର୍ଜ କରି,
ରଖିଥାଅ ଏବେଠାରୁ ।
କାଳେ ବିଦ୍ୟୁତ ,
ଚାଲିଯିବ ଘରୁ ବାହାରୁ-
ଦେଖିବା ଜିଓ ଟିଭିରୁ ।।୩।।
ପାଣି ବୋତଲକୁ,
ସଜାଇ ରଖିଛି -
ତା ସାଙ୍ଗେ ଫଳମୂଳ ଯେତେ ସାରା ।
କୁଆଡେ ଯାଅନି,
ମୋ ପାଖେ ଥାଅ-
ଖାଇ ରସଗୋଲା ବରା ।।୪।।
