Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rupali priyadarshini Samantaray

Others

4.1  

Rupali priyadarshini Samantaray

Others

ସତରେ କଣ ମୋଦେଶ ସ୍ଵାଧୀନ ହେଇଛି !!

ସତରେ କଣ ମୋଦେଶ ସ୍ଵାଧୀନ ହେଇଛି !!

1 min
299


୭୪ତମ ସ୍ଵାଧୀନ ଦିବସ 

ସାରା ଦେଶ ଆଜି ପାଳୁଛି ।

ଦୂର ଆକାଶରେ ତ୍ରିରଙ୍ଗା ପତାକା

ଫରଫର ହୋଇ ଉଡୁଛି ।

ପତାକା ଉଡ଼ାଇ ଖୁସି ମନେ ଆଜି

ସେଓ ବୁନ୍ଦିଆ ମୁଁ ଖାଉଛି ।

ହେଲେ ସତରେ କଣ

ମୋଦେଶ ସ୍ଵାଧୀନ ହେଇଛି ।।୧।।

ମୋ ଦେଶର ଝିଅ ଦିନ ଦ୍ୱିପହରରେ

ଏକା ଯିବା ପାଇଁ ଡରୁଛି ।

ମୋ ଦେଶର ପୁଅ ବିଦେଶକୁ ଯାଇ

ଆଜି ବି ଦାଦନ ଖଟୁଛି ।

ଗୋରା ସରକାର ମୋ ଦେଶକୁ ଛାଡି

ସ୍ଵଦେଶକୁ ଚାଲି ଯାଇଛି ।

ହେଲେ ସତରେ କଣ

ମୋ ଦେଶ ସ୍ଵାଧୀନ ହେଇଛି ।।୨।।

ମୋ ଦେଶର ବୋହୂ ଯୌତୁକ ପାଇଁ

ନିର୍ଯ୍ୟାତିତା ହେଇ ମରୁଛି ।

କନ୍ୟା ଭୃଣ ହତ୍ୟା ଖୁଲମ୍ ଖୁଲ୍ଲା

ଆଜି ବି ମୋ ଦେଶେ ଚାଲିଛି ।

ମୋ ଦେଶର ଝିଅ ପାଇବାକୁ ଶିକ୍ଷା

ଆଜି ବି ବଞ୍ଚିତ ହେଉଛି ।

କୁହ ସତରେ କଣ

ମୋ ଦେଶ ସ୍ଵାଧୀନ ହେଇଛି ।।୩।।

ଦେଶେ ନାଗରିକ ଓଳିଏ ଖାଇଲେ

ଓଳିଏ ଉପାସେ ଶୋଉଛି ।

ଦେଶର ଶାସକ ଦାମୀ ଗାଡ଼ି ଧରି

ବ୍ରହ୍ମାଣ୍ଡକୁ ବୁଲି ଯାଉଛି ।

ନ୍ୟାୟ ପାଇବାକୁ ବର୍ଷ ବର୍ଷ ଧରି

ଜନତା ଅପେକ୍ଷା କରିଛି ।

କୁହ ସତରେ କଣ

ମୋ ଦେଶ ସ୍ଵାଧୀନ ହେଇଛି ।।୪।।

ଦେଶର ରକ୍ଷକ ଲାଞ୍ଚ ନେଇ ଆଜି

ଭକ୍ଷକ ସାଜି ଯାଉଛି ।

ରାଜସ୍ୱ ନାଆଁରେ ମୋ ଦେଶରେ ପୁଣି

ବେଆଇନ୍ କାମ ଚାଲିଛି ।

ମୋ ପାଇଁ ପରା ସ୍ଵାଧୀନତା ଆଜି 

ପ୍ରଶ୍ନବାଚୀଟିଏ ସାଜିଛି ।

କୁହ ସତରେ କଣ

ମୋ ଦେଶ ସ୍ଵାଧୀନ ହେଇଛି ।।୫।।



Rate this content
Log in