STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ସତୀତ୍ୱ ସଙ୍ଗୀତ ଗାଏ

ସତୀତ୍ୱ ସଙ୍ଗୀତ ଗାଏ

1 min
352

ସିନ୍ଦୁର ତୁ ମୋର ପ୍ରାପ୍ୟ ଅଧିକାର

   ମୁଁ ପରା ସଧବା ନାରୀ ,

ସାଧ୍ବୀ ସିମନ୍ତିନୀ ଓଡିଆ ରମଣୀ

   ସ୍ମିତ ଶ୍ୱେତ ସ୍ନିଗ୍ଧ ପରୀ ।


ଓଡିଶା କାହିଁକି ଆର୍ଯ୍ୟ ଭାରତ ବି

    ସିନ୍ଦୁର ପାଇଁ ସମ୍ମାନ,

ଦେଇ ଚାଲିଅଛି ଦେଇ ଚାଲିଥିବ

   ବଢ଼ାଇ ନାରୀର ମାନ ।


ମାନମୟୀ ମୁଁ ଯେ ବାଲ୍ୟ ଅଭିମାନୀ

   ରକ୍ତ ମୋର କଥା କୁହେ,

ଶଙ୍ଖା ସିନ୍ଦୁରକୁ   ସ୍ୱାଗତି ସ୍ୱାଗତି

   ସତୀତ୍ୱ ସଙ୍ଗୀତ ଗାଏ ।


ସେଇ ସଙ୍ଗୀତରେ ସୁର ଓ ଲୟରେ

    ସପ୍ତ ତାଳର ଦୁନ୍ଧୁଭି,

ସୁର ତୋଳିଚାଲେ ବହଳେ ବହଳେ

    ଦେଇ ସପନ ସୁରଭି ।


ବିନ୍ଦୁଏ ସିନ୍ଦୂର  ମୋ' ପାଇଁ ମହୁର

    ମହୁର ଠୁ ବେଶି ମିଠା,

ବିଦେଶିନୀ ନାରୀ ବୁଝି କି ପାରିବ

    ବିଦେଶ କର୍କଶ ଖଟା ।


ସିନ୍ଦୂର ତୁ ସତେ ଏତେ ସୁକୁମାରୀ

   ରାଜା ରାଣୀଙ୍କ କାହାଣୀ,

କାହାଣୀରେ ତୋର ଭରି ରହିଅଛି

    ବିଧବା ଆତ୍ମାର ଖଣି ।


ବିଧବା କେବେବି ଦୋଷୀ ହେବନାଇଁ

   ସଜେଇଦେ ତା' ସୀମନ୍ତ,

ସମ୍ମାନ ପାଉ ସେ   ଅମ୍ଳାନ ଅମ୍ଳାନ

    ସତୀତ୍ୱ ସ୍ୱୟଂ ସମ୍ଭୂତ ।


Rate this content
Log in