STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ସତୀ ଶିରୋମୀ ସାବିତ୍ରୀ

ସତୀ ଶିରୋମୀ ସାବିତ୍ରୀ

1 min
11.6K


ସର୍ବ ଭାରତୀୟ ସଂସ୍କୃତି ଏମିତି 

ଜାତୀୟ ଶୃଙ୍ଖଳା ଜ୍ଞାନ

ଶିଖାଇ ପୃଥିବୀ ବାସୀଙ୍କୁ ଜଣାଏ 

ୟେ ଜାତି କେତେ ମହାନ ।।


ଏ ମାଟିର କନ୍ୟା କାଳଯମ ହସ୍ତୁ 

ସ୍ଵାମୀ ଙ୍କୁ ଫେରାଇ ଆଣେ

ସତୀତ୍ଵର ନିଷ୍ଠା ବଳେ ସ୍ଵୟଂ ଯମ 

ସତୀ ମନକଥା ଶୁଣେ ।।


ଭାରତେ ଜନ୍ମିତ କନ୍ୟା ୟେ ସାବିତ୍ରୀ 

ସତ୍ୟବାନ୍ ମୃତ ପତି

ଜୀବଦାନ ଆଣେ ଶ୍ଵଶୁର ଙ୍କର ବି 

ବଢାଇ ଦେଇଛି କ୍ଷାତି ।।


ଜନ୍ମଦାତା ପିତା କନ୍ୟାର ଗୈାରବେ

ହୁଅଇ ଗୈରବଶାଳୀ

ଦୁଇ କୁଳ ପାଇଁ ହୀତ ମନାସଇ 

ଏଇ ଭାରତୀୟ ନାରୀ ।।


ଅଶ୍ଵପତି ବାଳା ସତୀ ସାବିତ୍ରୀ 

ଦ୍ୟୁମତସେନ କୂଳବଧୁ 

ସତ୍ୟବାନ୍ ପତ୍ନୀ ନାମ ରଖି ଗଲେ 

ଅନ୍ଧାର ଆକାଶ ଇନ୍ଦୁ ।।


ମଣିଷ ଅଜିତ ପଶୁଠାରୁ ହୀନ 

ନବୁଝେ ନାରୀର ମାନ

ନାରୀର ସୁରକ୍ଷା ପାଇଁ ବୈକୁଣ୍ଠରୁ 

ଆସିଥାନ୍ତି ନାରାୟଣ ।।


ଧନ୍ୟ ସୃଷ୍ଟି କର୍ତ୍ତା ସୃଜି ଦେଇଅଛ 

ନାରୀ ରୂପେ ମହାଦେବୀ

ଯାହାର ବିହୁନେ ଶିବ ସବ ସମ 

ସେତ ପରମ ବୈଷ୍ଣବୀ ।।


ନାରୀ ନାରାୟଣୀ, ମାଆ, ଭଗ୍ନୀ,ଜାୟା,

କନ୍ୟା ରୂପେ ତା’ର ଛବି

ଭାରତ ଭୂଇଁର କନ୍ୟା ସତୀ ସୀତା 

ସତୀ ଶିରୋମଣୀ ସାବିତ୍ରୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍