STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ସ୍ଥିତପ୍ରଜ୍ଞ

ସ୍ଥିତପ୍ରଜ୍ଞ

1 min
11.5K

ମୁଁ ...ଯେ ସୀମାହୀନ ପଥ

ଯା ପରେ ଅନେକ ପଥିକ

ଯାଇଛନ୍ତି ଯେ ଲକ୍ଷ୍ୟ ନେଇ।

କେ ପାଏ ନିଜ ଲକ୍ଷ୍ୟସ୍ଥଳ 

କିଏ ଯେ ଫେରେ ହାରି ଯାଇ।

ଧୀର ସ୍ଥିର ଶାନ୍ତ ପଥଟିଏ ମୁଁ

ରହିଛି ସ୍ଥିତପ୍ରଜ୍ଞ ପ୍ରାୟ।

କାମନା ନାହିଁ ମୋ ମନରେ

ନାହିଁ ଯେ ଈର୍ଷା ଅବା ମୋହ।

ପ୍ରଶଂସି କହୁ ଵା ନ କହୁ

ମନେ ମୋ ଭାବନା ନଥାଏ।

ମୁଁ ଅବିଚଳିତ ନିଶ୍ଚିତ ଭାବରେ

ରହିବି ଆନ ସେବା ପାଇଁ

ନ ଚିହ୍ନୁ କିଏ ମୋତେ ଚିହ୍ନୁ

ସେଥିରେ ମୋର କ୍ଷଭୋ ନାହିଁ।

ଶିଖାଏ ଜୀବନର ପାଠ

ବନ୍ଧୁରପଥର ସଂଘର୍ଷ 

ହୋଇଛି ଯେମିତି ମୁଁ ଶେଷ

ମିଶିଛି ଦିଗବଳୟ ସାଥେ

ମୋତେ ଯେ କରେ ଅତିକ୍ରମ।

ଦିନେ ପାଇବ ଲକ୍ଷ୍ୟସ୍ଥଳ।

ମନେ ଯା ନଥାଏ ଛଳନା

ନ ଥାଏ ଦୁର୍ବାର କାମନା ବାସନା

ସାହସ ସର୍ବଦା ମୁଁ ଦିଏ

ଲଂଘିବା ପାଇଁ ପଥ ଅବିଶ୍ରାନ୍ତେ

ସ୍ଥିର ନିଶ୍ଚିତ ଚାଲି ବାରେ

ପାଇବ ବୋଲି ଲକ୍ଷ୍ୟ ସ୍ଥଳ

ମିଶିବ ଶେଷରେ ଯେଉଁଠି

ଅଛନ୍ତି ଜଗତ କର୍ତ୍ତା ଯହିଁ

ଗମିବ ମୁକ୍ତି ର ମାର୍ଗରେ ।



Rate this content
Log in