STORYMIRROR

GAGAN KUMAR DASH

Others

3  

GAGAN KUMAR DASH

Others

ସ୍ଥାନଟିଏ ଖୋଜେ

ସ୍ଥାନଟିଏ ଖୋଜେ

1 min
236


ପୃଥିବୀଟା ଗ୍ରହ ବୋଲି

ସୂର୍ଯ୍ୟ ଚାରିପଟେ ଘୂରେ

କପୋତର ଦିଟୋପା ଲୁହ ବିନ୍ଦୁ

ଝରିପଡେ ଆକାଶର ନିଝୁମ ରାତ୍ରିରେ ।

 ପଚାଶ ବର୍ଷର ବନ୍ଧ୍ୟା କାନ୍ଦେ

ପୁତ୍ରଟିଏ ପାଇଁ

ଷୋହଳ ବର୍ଷର ଅନାଥ ବିଧବା

କାନ୍ଦେ ଏଠି ସମାଜ ନୀତି ଏଡି

ପ୍ରେମଟିକେ ପାଇଁ ।


ମଣିଷର ରକ୍ତ ଛୁଟେ

ଦିନ ଦ୍ୱିପହରରେ

ବିଚ ରାସ୍ତାରେ

ଟୋପେ ମଦ ଓ ଫୁଟେ ମାଂସ

ଅର୍ଥ ଲାଳସାରେ ।


ରାଜନୀତି ଚାଲେ

କୁଟନୀତିର ମାୟା ଜାଲରେ

ନେତା ଶୁଏ ଗୋଲାପ ଶେଜରେ

ଉତ୍ତପ୍ତ ଦେହ ଶୀତଳାଏ

ଗରିବ କନ୍ୟାଟି ସାଥିରେ

ମଦ ଆଉ ମାଂସର ଚାପରେ ।


ଧର୍ଷିତା ନାବାଳିକା 

ଚିତ୍କାର କରେ

ସମାଜରେ ସ୍ଥାନଟିଏ ପାଇଁ

ସହରର ଗଳି ଓ କନ୍ଦିରେ ।



Rate this content
Log in