ସତ କହିବି ନା ମିଛ କହିବି
ସତ କହିବି ନା ମିଛ କହିବି
ସତ କହିବି ନା ମିଛ କହିବି
ଦୁଃଖ କହିବି ନା ସୁଖ କହିବି
ଯାହା ହେଉଛି କହିବି ନା
ଯାହା ନହେଉଛି କହିବି ।
ଏ ଦୁନିଆରେ ତ ସବୁହେଉଛି,
ସତ ସବୁ ଏଠିମିଛ ହେଉଛି
ମିଛ ସବୁ ଏଠିସତ ହେଉଛି
ବଡ଼ବଡ଼ ଚୋର ଘୁରି ବୁଲୁଛି
ସାନ ସାନ ଚୋର ବନ୍ଧା ଖାଉଛି ।
ଧନୀ ଯୋଜନାକୁ ଲୁଟି ନେଉଛି
ଗରିବ ବାପୁଡା ଚାହିଁ ବସିଛି
କଳା ବଜାରୀ ଧନୀ ହେଉଛି
ଚାଷୀ ଏଠି ଆଜି ବିଷ ଖାଉଛି ।
ତିନି ବର୍ଷର ଝିଅ ବଳତ୍କାର ହେଉଛି
ବଳତ୍କାରୀ ଆଜି ଘୁରି ବୁଲୁଛି
ନାରୀ ଟିଏ ବୁଲିବାକୁ ଡରୁଛି
କେମିତି ଚଳିବେ ମନେ ଭାବୁଛି ।
ମଦରେ ସାରାଦେଶ ଭାସୁଛି
ମଦବେପାରି ଖୁସି ହେଉଛି
କେତେ କାନୁନ ଏଠି ରହିଛି
ସବୁ କାନୁନ ଅନ୍ଧ ହେଇଛି ।
ଦୁନିଆଁ ରେ ଟଙ୍କା ବଡ଼ ହେଇଛି
ମାନବିକତା ହଜି ଯାଇଛି
ସବୁ ସମ୍ଭବ ଅସମ୍ଭବ ହେଉଛି
ଅସମ୍ଭବ ସମ୍ଭବ ହେଉଛି ।
ସବୁ ତ ଜାଣିଛ ମୁଁ ଆଉ ଅଧିକ କଣ କହିବି
ହଁ ଏତିକି କହିବି,
ଏ ଦୁନିଆରେ ହାତେ ମାପି ଚଖଣ୍ଡେ ଚାଲିବ,
କାରଣ,
ଏ ଦୁନିଆଁ ଟା ଗୋଓଓଓଓଓଓଲ ।
