STORYMIRROR

Pranati Mahapatra

Others

3  

Pranati Mahapatra

Others

ଷ୍ଟୋରିମିରର ଓ ଆମେ

ଷ୍ଟୋରିମିରର ଓ ଆମେ

1 min
342


ଅପୂର୍ବ ଶିହରଣ ଖେଳିଯାଏ ଶରୀରେ

ଦେଖି ଶୁଣି ଷ୍ଟୋରିମିରରର କୃତି,

ଭୁଲିବିନି ଜୀବନେ ମୁଁ କେବେବି

ତା ଅଭୁଲା ଆଦରର ସ୍ମୃତି।


କେଉଁଠି କେଜାଣି ମୋତେ ଚିହ୍ନିଲେ

ସେ କଥା ବି ଜାଣେନା,

ଅତି ଆଦରେ କରିଥିଲେ ,ଆଉ

ଦେଇଥିଲେ ସମ୍ବର୍ଦ୍ଧନା।


ସାଦାକାଗଜ ଛାତିରେ,ସୁନ୍ଦର ଅକ୍ଷରେ

 ଲେଖୁଥିଲି ମନର ଭାବ ଆଉ ଭାଷା,

ସେ ଭାଷା କି ଟାଣିନେଲା,କିଣିନେଲା

ମୋତେ ଚିହ୍ନେଇବାକୁ 

ହେଲାକି ପଲ୍ଲବିନୀଙ୍କ ଜିଜ୍ଞାସା।


ବାରମ୍ବାର ଫୋନ ପୁଣି ହିତଉପଦେଶ

ଲେଖିବାର ପ୍ରେରଣା ଆଉ

ଜଗତେ ପରିଚିତ କରିବାର 

ସତ୍ ପରାମର୍ଶ।

ଥିଲା ତାଙ୍କ ମହତ ଉଦ୍ଦେଶ୍ୟ।


ତୁମେ ସ୍ରଷ୍ଟା, ତୁମେ ସୃଷ୍ଟି

ତୁମେ ତ ସାହିତ୍ୟର ମହାରଥୀ।

ଏମିତି ସୁନ୍ଦର ବାକ୍ୟ ଥାଏ

ପଲ୍ଲବିନୀ ଓ ବିଭୁ ବାବୁଙ୍କର ଉକ୍ତି।


ଏକା ମୁଁ ନୁହେଁ।

ଅନେକ ନବାଗତ,ତରୁଣ ଅରୁଣ

ଯାହାଙ୍କ ପାଇଁ ଏମାନେ

ଜ୍ଵଳନ୍ତ ଉଦାହରଣ।


ପରିଚିତ କରାନ୍ତି ଏସାହିତ୍ୟ ଆକାଶେ

କ୍ଷୁଦ୍ରାତିକ୍ଷୁଦ୍ର ତାରକା ପରି ମୁଁ

ଯେ ଦିଶେ।

ସାରା ରାଜ୍ୟେ,ସାରା ଦେଶେ 

କୋଣେ ଅନୁକୋଣେ,

ପରିଚିତ ହୁଅନ୍ତି କବିତାର କବିପଣେ।


ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ ହେ

ଷ୍ଟୋରିମିରର,

ଶତଶତ ଧନ୍ୟବାଦ ସହ କୃତଜ୍ଞତା

ଜଣାଏ କର୍ମକର୍ତ୍ତାଙ୍କୁ ହୃଦୟର।

ଧୈର୍ଯ୍ୟ,ସହନଶୀଳତା,ତ୍ୟାଗ, ସହିଷ୍ଣୁତା

ଭରପୁର ତାଙ୍କ ଠାରେ,

ବଣମଲ୍ଲୀଙ୍କୁ ସେ ମଉଳି ନ ଦେଇ ସ୍ଵତନ୍ତ୍ର

ପରିଚିତ କରନ୍ତି ଏ ଜଗତରେ।


ସାହିତ୍ୟ ଜଗତେ ତୁମେ ସୂର୍ଯ୍ୟ, ଚନ୍ଦ୍ର

ଆମେ ତ ତୁମ ପ୍ରେମିକ,

ପ୍ରେମିକା ପରି ଆନନ୍ଦ ଅଧିରେ

ଭୁଲାଇ ଦିଅ, ଆମ

ଦୁଃଖ, ପୁଣି ରୋଗ କଷ୍ଟ,ଶୋକ।


ସୂର୍ଯ୍ୟ ସମ ତେଜ ଆଲୋକ କିରଣ

ବ୍ୟାପିଛି ସାରା ସଂସାର,

ଚନ୍ଦ୍ରର ଶୀତଳ କିରଣ ଜ୍ୟୋତିରେ

ଉଜ୍ଜଳ ଉଦ୍ଭାସିତ ହୁଏ ନର।


ପ୍ରେମିକ ପଣରେ ତୁମ ଭାଷା ପ୍ରେମେ

ବନ୍ଧା ଏ ଲେଖକ କବି,

ଚିନ୍ତାର ବାହାରେ ଯାହା ଯାହା ଥିଲା

ପାରୁଅଛୁ ହୋଇ କବି।


ଅଜାଚିତ ଭାବେ ସ୍ନେହ ଶ୍ରଦ୍ଧା ଦେଇ

କରିଛ ତ ଆପଣାର,

ହେ ମହାନ କର୍ତ୍ତା,କର୍ତ୍ତୀ ତୁମକୁ ମୁଁ

କରିବିନି କେବେ ପର।


Rate this content
Log in