STORYMIRROR

BHABAGRAHI TRIPATHY

Others

4  

BHABAGRAHI TRIPATHY

Others

ଷଷ୍ଠୀ ଦେଵୀ ଓଷା

ଷଷ୍ଠୀ ଦେଵୀ ଓଷା

1 min
182


ଭାଦ୍ରବର ଶୁକ୍ଳ  ଷଷ୍ଠି  ତିଥି ଆଜି

ପୂଜନ୍ତି ଷଠୀ ଦୁଷେଇ

ସୁତିକା ଗୃହର  ଇଷ୍ଟଦେବୀ ମାତା

ରଖନ୍ତି ଘଣ୍ଟ ଘୋଡେ଼ଇ

ବାରମାସେ ତେର ଓଷା ଯେ କରନ୍ତି

ଓଡ଼ିଶାର ମାଆ ମାନେ

ଷଠୀ ଦେବୀ ପୂଜା ଯତନେ କରନ୍ତି

ମାନସିକ ରଖି ମନେ

ଶରତ କୋଳରେ ଭୋଦୁଅ ବିଭୋର

ପାରୁନି ମୁହୂର୍ତ୍ତେ ଛାଡ଼ି

ଭାଦ୍ର ମାସରେ ରିମ୍ ଝିମ୍ ବରଷା

ଲଘୁଚାପ ଆଣେ ଭିଡ଼ି

ଷଠୀଦେବୀ ହସେ ଶୀଳପୁଆଦେହେ

ଦେହରେ ହଳଦୀନାଇ

କଉଡ଼ିରେ ହସେ ଦୁଇଗୋଟି ଆଖି

କି ସୁନ୍ଦର ଦିଶୁଥାଇ

ପିଲାଙ୍କୁ ବସାଇ ଷଠୀଦେଵୀ ପାଶେ

ପୂଜାର୍ଚ୍ଚନା କରା ହୁଏ

ମଙ୍ଗଳ କାମନା କରିକି ମାଆ ଯେ

ଉପବାସ କରିଥାଏ   

ଛଅଟି  ଗଛରେ  ବିଡା  ବନ୍ଧାଯାଏ

ବଜ୍ରମୁଳି ସାରୁଗଛ

ବାଉଁଶର  ପତ୍ର  ବରକୋଳି  ଆଦି

ଦୁବଘାସ ଧାନଗଛ

ଛଅଡାଳେ ଵନ୍ଧା ଡାଳରେ  ଝାଡିକି

ସନ୍ତାନକୁ ବଜ୍ର କରି

ଷଷ୍ଠୀ ଦେଵୀ ପାଶେ ଶରଣ ପଶଇ

ଝରି ପଡୁ ସୁଧାବାରି

ମାଆ ମମତାରେ ହସେ ଏ ସଂସାର

ଚରଣେ ତୋର ଜୁହାର

ମାଆ ଷଠିବୁଢ଼ୀ ହୋଇଥାଲୋ ସାହା

ତୋପାଇଁ ସୁନ୍ଦର ଘର

ଜୟ ଜୟ ମାତା ଷଷ୍ଠୀ ଦେଵୀ ଲୋ

ଶିଶୁଙ୍କ ମଙ୍ଗଳକାରୀ

କରୋନାରୁ ଘଣ୍ଟ ଘୋଡେ଼ଇ ରଖିବୁ

ଅଭୟ ପ୍ରଦାନ କରି

ମାଆ ଷଠୀଦେବୀ ସାହା ହୋଇଥିବୁ

ରଖିବୁ ପଣତ ତଳେ

ସଭିଙ୍କ ଜୀବନେ ମା' ଭରିଦେ ଖୁସି

ଶରଣ ତୋ ପାଦ ତଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍