Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Others

3  

Henarani Senapati

Others

ଷଡଯନ୍ତ୍ର

ଷଡଯନ୍ତ୍ର

1 min
187


ଜାଣିଥିଲି ତୁମ ଷଡଯନ୍ତ୍ର ସବୁ

ମିଳି ମିଶି କରୁଥିଲ ।

ଭଲ ପାଇବାର ଉପଯୁକ୍ତ ଶିକ୍ଷା

ଆଜି ତୁମେ ମତେ ଦେଲ ।।


ଅନିଦ୍ରା ହେଇଛି ନିଦ ହରାଇଛି

ତୁମଙ୍କୁ ପାଇ ମୁଁ ଭଲ ।

କେତେ ରାତି ତୁମ ନାମରେ ବିତିଛି

ନ ବୁଝି ପାରିଲେ ଭଲ ।।


ମିଠା ମିଠା କଥା ପରଶୁ ପରଶୁ

କିମ୍ବଦନ୍ତୀ ଛାଡି ଦେଲ ।

ପ୍ରେମର ମୁରୂଜ ଢାଳି ଦେଇ ତୁମେ

ମନ ମୋର କିଣି ନେଲ ।।


ମଧୁଝରା ତୁମ ବାକ୍ୟରେ ପ୍ରିୟ ହେ

ନିଜକୁ ହଜାଇ ଦେଲି ।

ପ୍ରେମ ତରଙ୍ଗରେ ଭାସିଗଲି ମୁଁ ଯେ

ସର୍ବସ୍ଵ ସମର୍ପି ଦେଲି ।।


ଆଶାର ଆକାଶ ତୁମେ ଥିଲ ମୋର

ମନେ ଭରି ଅନୁଭୂତି ।

ତୁମଙ୍କୁ ଦେଖିଲେ ଉଲ୍ଲସିତ ମନ

ଢାଳିଛି ମନରେ ପ୍ରୀତି ।।


ନିଜସ୍ୱ ବୋଲି ମୁଁ ଯାହା ଭାବୁଥିଲି

ସେ ସବୁ ଥିଲା ତୁମର ।

ଛଡାଇ ନେଇଛ ମୋର ସ୍ୱାଧୀନତା

କରିଦେଲ ସାତ ପର ।।


କୁଆଁରୀ ମନକୁ କ୍ଷତିଗ୍ରସ୍ତ କଲ

ବିଚଳିତ କଲ ମତେ ।

ନୂଆ ପ୍ରେମିକାର ସାନ୍ନିଧ୍ୟ ପାଇଲ

ଭୁଲି ଗଲ ତୁମେ ସତେ ।।


ପୁରୁଷପଣିଆ ଧିକ୍କାର ତୁମର

ଧିକ ତୁମ ନିଚ ବୁଦ୍ଧି ।

ତୁମ ଷଡଯନ୍ତ୍ର ଯାଣି ପାରିଲି ମୁଁ

କହି ଦେଲେ ମତେ ସିଦ୍ଧି ।।



Rate this content
Log in