Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Others Children

3  

Durjyodhan Barik

Others Children

ସରୂ ଚକୁଳି

ସରୂ ଚକୁଳି

1 min
196



ମଉସା ନେଉଳି  ଧରିଛନ୍ତି ଥାଳି

ଖାଇବେ ସରୁ ଚକୁଳି,

ଚୁଲି ପାଖେ ବସି କରିବେ ମାଉସୀ

ପତଳା ଧଳା ଚକୁଳି ।


ପୂର୍ବ ଦିନ ଠାରୁ ବିରି ଓ ଚାଉଳ

ସହିତ ମେଥି ପକାଇ,

ଜଳ ଢାଳି ସବୁ ଗୋଟିଏ ବାସନେ

ରହିଅଛି ଭିଜା ହୋଇ ।


ସେହି ସବୁ ଦ୍ରବ୍ୟ ମାଉସୀ ମିଶାଇ

ଯନ୍ତ୍ର ଶିଳେ ବାଟିଦେବ,

ଖାଇବା ସୋଡାରୁ ଚିମୁଟାଏ ନେଇ

ତହିଁ ମିଶ୍ରଣ କରିବ ।


କିଛି କ୍ଷଣ ପରେ ପିଠଉ ଫୁଲିବ

ମାଉସୀ କରିବ ପିଠା,

ଇତି ଅବସରେ କରି ଦେବ ସିଏ

ବାଦାମ ନଡ଼ିଆ ବଟା । 


ବାଦାମ ବଟା ଓ ନଡ଼ିଆ ଚଟଣୀ

ଚକୁଳି ସହିତ ଥାଏ,

ତା'ର ସ୍ଵାଦ କେବେ ଛାଡ଼େନି ପାଟିରୁ

ତାହା ଯଦି ଜଣେ ଖାଏ ।


ଚକୂଳି ହୋଇବ ଧୋବ ଫର ଫର

ପତଳା କାଗଜ ଭଳି,

ସ୍ଵାଦିଷ୍ଟ କରିବ ପିଠା ପୁଣି ଆଉ

ଦେଲେ ମେଞ୍ଚେ ତେଲ ବୋଳି ।


ଟାକୁ ଟାକୁ କରି ଚଟଣୀ ସହିତ

ଚକୁଳି କୁ ଦେଲେ ଖାଇ

ପିଲାମାନେ ସବୁ ମଉସା ମୁହଁକୁ

ଚାହିଁଲେ ତଟସ୍ଥ ହୋଇ ।


Rate this content
Log in