ସର୍ତ୍ତ
ସର୍ତ୍ତ

1 min

73
କେଉଁ ଆବହମାନ କାଳରୁ
ସୂର୍ଯ୍ୟ ଚନ୍ଦ୍ର ହେଉଛନ୍ତି
ଆତଯାତ, ପୁଣି ହେଉଥିବେ
ଥିବାଯାଏ ଏ ଜଗତ l
ହସ ପରେ କାନ୍ଦ
ଆସେ ଅବିରତ
ସୁଖ ପଛରେ ଦୁଃଖ
ହୁଏ ଉପସ୍ଥିତ l
ନିର୍ଦ୍ଧନ କୁ ହୁଏ
ଅମାପ ଧନର ପ୍ରାପ୍ତି
ଧନପତି ପୁଣି କେବେ
କାଙ୍ଗାଳ ହୁଅନ୍ତି !
ସତେ ଅବା ସ୍ରଷ୍ଟା
ରଖି ଛନ୍ତି ସର୍ତ୍ତ,
କିଛି ପାଇବା ଆଗରୁ
ହରାଇବା ଟା ସୁନିଶ୍ଚିତ l