STORYMIRROR

Snigdha Samantaray

Others

4  

Snigdha Samantaray

Others

ସର୍ତ୍ତ

ସର୍ତ୍ତ

1 min
185


ଜନମ ମରଣ ଶବଦଟି ବନ୍ଧା

ସଜୀବ ସମ୍ପର୍କ ସାଥେ

କାହାର ସର୍ତ୍ତରେ ସବୁରି ସୁନ୍ଦର

ଜୀବନ ହରଷ ପଥେ ।

ମାଟିରୁ ଆକାଶ ତତ୍ତ୍ୱର ମିଳନ

ସୃଷ୍ଟି ଶକ୍ତି ସିଏ ମାଆ

ସ୍ନେହର ସିନ୍ଧୁ ବିଶ୍ୱାସର ଶଇଳ

ଶ୍ରଦ୍ଧା ସ୍ପର୍ଶଭରା ମାଆ ।

ଶାଶ୍ୱତ ଚିନ୍ତନ ପ୍ରଥମ ଦର୍ଶନ

ରାଧାକୃଷ୍ଣଙ୍କ ମିଳନ

ମହାମନ୍ତ୍ର ନାମ ଅମୃତ ପରଶ

ଧନ୍ୟ ହେବ ଏ ଜୀବନ ।

ମର୍ତ୍ତ୍ୟମଣ୍ଡଳେ ଜାତ ହୋଅଇ ଜନ

କର୍ତ୍ତବ୍ୟ ରେ ସଦା ଧ୍ୟାନ

ସର୍ତ୍ତର ନାମଟି ଯୋଡ଼ଇ ଯେଉଁଠି

ସଂକଳ୍ପ ପ୍ରତିଜ୍ଞା କର୍ମ।

କାହା ନିର୍ଦ୍ଧେଶେ ସୂର୍ଯ୍ୟ ଚନ୍ଦ୍ର ଉଦିତ

ଧରା ସ୍ପର୍ଶ ରେ ଜୀବନ 

ଆଶାର ଦୀପାଳି ଜଳୁଥାଏ ନିତି

ବିନା ସର୍ତ୍ତେ ସମର୍ପଣ ।

ଵିଵାହ ବେଦୀରେ ମହାନ ସର୍ତ୍ତଟି

କନ୍ୟା ପାଇଁ ପିତା ଅଳି

ଝିଅ ଦଶ ଦୋଷ ନ ଧରିବା ପାଇଁ

ଜାମାତାଙ୍କୁ ଦୁଃଖେ ବୋଲି ।

ପ୍ରଜ୍ଞାନ ସ୍ଥରରେ ଶ୍ରଦ୍ଧାର ଫୁଲଟି

ପ୍ରେମାନନ୍ଦେ ହସୁଥାଇ

ବିନା ସର୍ତ୍ତରେ ମୋ ଜୀବନ ଯମୁନା

ପ୍ରାର୍ଥନା କ୍ଷୁଧା ମେଣ୍ଟାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍