ସର୍ତ୍ତ
ସର୍ତ୍ତ


ଯଦି ପ୍ରେମରେ ବିରହର ଗୀତ ଗାଇବାର ଥିଲା,
କଣ ମାନେଥିଲା ସେ ପ୍ରେମର ପୂଜାରେ,
ଦିନ ଦିନ ଧରି ମନ୍ଦିରରେ ଘର କରିବାରେ ।
ବରଂ ଭଲ ହୋଇଥାନ୍ତା ,
ପ୍ରଥମରୁ ମୋତେ ତୁମେ କିମ୍ବା ମୁଁ ତୁମକୁ ଆପଣେଇ ନଥିଲେ,
ହୁଏତ ଆଜି ଏତେବଡ଼ ମହାଭାରତର ସୂତ୍ରପାତ ହୋଇନଥାନ୍ତା,
ମୁଁ ତ ମୋ ଜାଗାରେ ଭଲରେ ଥିଲି,
ଆଉ ତୁମେ ବୋଧେ ହେଲେ ଏମିତି କାହିଁକି ?
କିଏ ଦେବ ଏ ପ୍ରଶ୍ନର ଉତ୍ତର ତୁମରି "ସର୍ତ୍ତ "ର ,
ତୁମେ ଦେଖାଇଲ ଗୋଟେ କିନ୍ତୁ ଥିଲ ସମ୍ପୂର୍ଣ୍ଣ ଅଲଗା,
ଆବରଣ ଥିଲା ମିଛ ଅଭିନୟର ଖୁବ ଚିତ୍ତାକର୍ଷକ,
ମୁଁ ବି ଭଳି ଗଲି ଏଥିରେ ମୋହରାଟେ ହୋଇ ।
ଯାହାର ପରିଣାମ ଆଜି ମହାବିନାଶ ପଥର ମୁଁ ଯାତ୍ରୀ,
ନାଁ ଆଗରେ କେହି ମାର୍ଗଦର୍ଶକ,
ନାଁ ପଛରେ କେହି ଅନୁଗାମୀ,
ପୁଣି ଫେରିଛି ମୁଁ ପୁରୁଣା ସ୍ଥିତିକୁ ,
କେବଳ ତୁମରି ସେଇ ଗୋଟିଏ "ସର୍ତ୍ତ"ପାଇଁ ।।।