STORYMIRROR

Kali Kumar

Others

4  

Kali Kumar

Others

ସ୍ରୋତସ୍ୱିନୀ

ସ୍ରୋତସ୍ୱିନୀ

1 min
444

ମୁଁ ନୁହେଁ,ଗଙ୍ଗା ଯମୁନା ସରସ୍ବତୀର

ସଙ୍ଗମ ବିଶ୍ବେ ପ୍ରସିଦ୍ଧ ତ୍ରିବେଣୀ,

ମୁଁ ଯେ, କଳକଳ ନାଦେ ପ୍ରବାହିତା

ଚିର ସ୍ରୋତଧାରୀ ସ୍ରୋତସ୍ୱିନୀ ।୧।


ସୁଜଳା ସଫଳା ଶସ୍ୟେ ମୋ ତୀରେ

ନିର୍ମୀତ କେତେ ସଭ୍ୟତା ନବୀନ,

ପୁଣି କେତେ କେତେ ସମୟ ସ୍ରୋତରେ

ହୋଇ ଯାଇଛନ୍ତି ମୋ ଗର୍ଭେ ଲୀନ ।୨।


ବର୍ଷାରେ ପ୍ରଫୁଲ୍ଲିତ ବକ୍ଷ ପ୍ରସାରଣ

ଗ୍ରୀଷ୍ମରେ କଳେବର ହୁଏ ସଙ୍କୋଚନ,

ସଙ୍କୋଚନେ ପ୍ରାସାରଣେ ବିତେ ଜୀବନ 

ବେନି ପାର୍ଶ୍ଵର ସବୁଜିମାରେ,

ଖିଲିଖିଲି ହସେ ଗ୍ରାମ୍ୟ ଜୀବନ ।୩।


ଦୁର୍ଗମ ପଥୁ ନିର୍ଗତା ମୁଁ

କରଇ ଲକ୍ଷ୍ୟର ଅନ୍ୱେଷଣ,

ଅନ୍ତିମ ଇଚ୍ଛା ମୋ

ହୋଇଯିବାକୁ ସମୁଦ୍ରେ ଶ୍ରୀହୀନ ।୪।


ଅହନିଶି କର୍ମପଥେ ମୁଁ କାର୍ଯ୍ୟ ନିର୍ବାହିନୀ

ନୁହେଁ ମୁଁ ବିଖ୍ୟାତ,ନା ପ୍ରସିଦ୍ଧ ମୋ କାହାଣୀ,

ମୁଁ ଏକ ତୁଚ୍ଛ, କଳକଳ ନାଦର ରାଗିଣୀ

ଚିର ସ୍ରୋତଧାରୀ, ମୁଁ ସ୍ରୋତସ୍ୱିନୀ ।୫।



Rate this content
Log in