STORYMIRROR

Kalyani Nanda

Others

3  

Kalyani Nanda

Others

ସରଳ ମନର ସନ୍ଧାନେ

ସରଳ ମନର ସନ୍ଧାନେ

1 min
218

    

      ଖୋଜୁଥିଲି  ଯାହା ମୁଁ ଏତେ ଦିନ,

      ପାଇଛି ଖୋଜି ମୁଁ,ଏକ ସରଳ, ନିଷ୍କପଟ ମନ,

      ସହଜ ନ ଥିଲା ଖୋଜିବା ସେମିତି ସରଳ ମନ,

      ଏଇ ଜଟିଳ, କୁଟିଳ ,ଛନ୍ଦ,କପଟ ଭରା ଏ ସଂସାରେ।


      

       ସ୍ବଚ୍ଛ ଜଳ ସମ ଏକ ନିଷ୍କପଟ, ସ୍ବଚ୍ଛ ମନ,

       କେବେ ଯଦି ଦେଖିବାକୁ ଚାହୁଁଛ ସରଳ ମନ,

       ତେବେ ଥରେ ଚାହିଁ ଦେଖ ସେ ହସରେ ଶିଶୁର,

       ଉଙ୍କି ମାରି ଦେଖ ଶୈଶବର ପ୍ରତିଟି କୋଣ, ଅନୁକୋଣେ ।

      


      

      ନୀରିହ, ଢଳ ଢଳ, ସରଳ ଦୁଇ ନୟନ,

     ପ୍ରତିବିମ୍ବିତ ହୁଏ ଯହିଁ ଭାବନା ନିର୍ମଳ ମନର,

     ପ୍ରତିଭାତ ହେଉଥାଏ ଗଭୀର, ସ୍ବଚ୍ଛ ଜଳେ ତଟିନୀ ର,

     ନିର୍ଭୟେ ସନ୍ତରଣ କରୁଥିବା ମତ୍ସ୍ୟ ସ୍ବଚ୍ଛ ତଟିନୀ ଜଳେ।


     ପଙ୍କିଳ  ଜୀବନରେ ପାଣି ପରି ସ୍ଫଟିକ ମନ ,

     କେବଳ  ଶୈଶବର ଆଇନାରେ ହିଁ ପ୍ରତିବିମ୍ବିତ।



Rate this content
Log in