STORYMIRROR

Chittaranjan Nanda

Others

4  

Chittaranjan Nanda

Others

ସର୍କାର ନୁହଁ କି ଦାୟୀ

ସର୍କାର ନୁହଁ କି ଦାୟୀ

1 min
444


ସମାନତା ନାହିଁ ଯେତେବେଳେ ନେତୃତ୍ୱର ଚିନ୍ତା 

ଓ କାର୍ଯ୍ୟ, କଥା ଅବା କଥନରେ 

ଜୀବନ କଟେନା ସତ୍ୟବାଦୀତା, ସାଧୁତା ପବିତ୍ରତା

ଓ ସଚ୍ଚୋଟତା ଆଚରଣରେ ।


ସ୍ବାର୍ଥନ୍ବେଷୀ ନେତୃତ୍ୱ ସମାଜେ ଖେଳ ଖେଳେ 

ହାତ ପଖାଳି ବିଷର ପିଆଲାରେ

ତୁ ନେ କିଛି, ମୁଁ ନେବି କିଛି, ଆମେ ଏ ଦେଶକୁ 

ଠକିବା ସଲାସୁତାରା ମଧ୍ୟରେ ।


ଭାଷଣରେ ଜୀଵନ ବିତାଇ ଥାଆନ୍ତି, ବଡ ବଡ 

କଥା, ଏକାଠି ହୋଇଛନ୍ତି ସତ୍ୟ ପାଇଁ 

ମିଶିଯାଏ ମାଟିରେ ପ୍ରତିଶ୍ରୁତି ପାଣିର ଫୋଟକା

ପରି ସ୍ବର୍ଗକୁ ମାପିବାର ମାପକାଠି ନେଇ ।


ସାଧାରଣ ଜନତା ଆଜି ମନେ ଗୁମୁରି ଗୁମୁରି 

କାନ୍ଦୁଛି, ବେକାରୀ, ଦରବୃଦ୍ଧିକୁ ନେଇ

ଭକ୍ତିର ସଂଯୋଗ, ଈଶ୍ୱର ଚେତନା, ପ୍ରାର୍ଥନାର 

ବଳ ଉପରେ ଅଗାଧ ବିଶ୍ୱାସ ଥାଇ ।


ଚାଷୀ ଆତ୍ମହତ୍ୟା, ଗରିବୀ ବଢେ, ଯୌତୁକ 

ଲୋଭରେ ଜଳଇ ଜୁଈ, କିଏ କୁହ ଦାୟୀ

ଆଇନ ଶୢଙ୍ଖଳା ଆଜି ବିପର୍ଯ୍ଯସ୍ତ, ଏଥିପାଇଁ 

କିଏ ଦାୟୀ କୁହ ମୋର ସବୁ ଭଉଣୀ ଭାଇ ।


ଜଂଗଲ ହୋଇଛି କଟା, ମୌସୁମୀ ଆସୁନି, ହଉନି 

ମେଘ, ହାତୀ ମଣିଷ ଭିତରେ ହୁଏ ଲଢେଇ

ଗଢୁଥିବା ସରବ ଯୋଜନାରେ ଦୁର୍ନୀତିର ଗନ୍ଧ, ଏଥି

ପାଇଁ ପ୍ରକୃତରେ କିଏସେ ଦାୟୀ ।


ବଢେ ଭୢଣହତ୍ୟା, ରେପ୍ ମର୍ଡର ଭୟ, ପୀଡିତ ଓ 

ପୀଡିତା ପାଉନାହାଁନ୍ତି ନ୍ୟାୟ ନ୍ୟାୟାଳୟରେ

ଶିରା ପ୍ରଶିରାରେ ମୋର ଗୋଟାଏ ପ୍ରଶ୍ନ, କାହାର 

ଏତେ ଦମ୍? କହିବ ସରକାର ଦାୟୀ ନ୍ୟାୟରେ   ।



Rate this content
Log in