Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Others

2  

ଓଡ଼ିଆ ଗଳ୍ପ ଓ କବିତା - ୧

Others

ସରୀସୃପ -୨

ସରୀସୃପ -୨

1 min
7.3K


ବିନୋଦ ନାୟକ


ହୁଏ ତ ମୁଁ ଦେଖିନାହିଁ ବିରଳ ଆଲୋକେ

ଓଷ୍ଠ ଗାତ୍ରେ ନୟନ ଯୁଗ୍ମରେ

ସାବଲୀଳ ଶୋଭାଯାତ୍ରା

ସେଇ ଆଦିମ କ୍ଷୁଧାର ସ୍ପର୍ଶ

ଅବହେଳା କରିଥିଲା

ଉଭୟର ବାହ୍ୟିକ ଓ ସାମାଜିକ ପରିଚୟ

ପ୍ରଥମ ପୃଥିବୀର ଅବିଭାଜ୍ୟ ଶ୍ରେଣୀ ସରୀସୃପର ପରି

କେଉଁ ସମ୍ଭାବ୍ୟ ଭ୍ରୂଣର ବିକାଶ ଆକାଂକ୍ଷା

ଉଭୟ ମାଂସ ଆଉ ରକ୍ତ ପଲସ୍ତରା ତଳେ

ଅଙ୍କୁରିତ ହେଲା୤

ତାହାର ପ୍ରତିଧ୍ବନି

ସେଇ ଜୈବିକ ପ୍ରକୃତିର ଉଦଗ୍ର ପ୍ରକାଶ ଆକାଂକ୍ଷା

ନିଜ ମଧ୍ୟେ କରିଥିଲି ଅନୁଭବ

ଲଘୁ ସ୍ପଷ୍ଟ ଆଉ ଚିରନ୍ତନ

ଆଦିମ ପୃଥିବୀ ପରି ଅତି ପରିଚ୍ଛନ୍ନ୤

ଆଜି ପୁଣି ଆକାଶରେ ଅନୁରାଧା ନକ୍ଷତ୍ରର ଜହ୍ନ ଅତି ପରିଚ୍ଛନ୍ନ୤

ଦୂର ବାର୍ଲି କ୍ଷେତେ ପୁଷ୍କର ମେଘର ଛାୟା୤

ମନେ ପ୍ରଶ୍ନ ଆସେ

ଏଇ ଯେ ସମ୍ଭାବ୍ୟ ଭ୍ରୂଣର ସଂସ୍ଥାନ ହୋଇଲା

ତାର ପରିଣତି କଣ ଅତି ମାନବର ଆବିର୍ଭାବ ?

ଏଇ ପ୍ରଶ୍ନ

ସମାଧାନ ହୀନ, ଏ ପ୍ରଶ୍ନ ହୁଏତ ସମ୍ପର୍କ ବିହୀନ୤

ପ୍ରାଗୈତିହାସିକ ସରୀସୃପର ଯୌନ ପ୍ରକାଶ ଆକାଂକ୍ଷା

ଆଜି ଆନୁଭବ କରେ

ନିଜ ମେରୁଦଣ୍ଡ ତଳେ,

ଆଉ ଖୋଜି ବୁଲେ-

ତୁମ ନଗ୍ନ ଆଭରଣ ହୀନ ଅଙ୍ଗ

ତରୁ ତଳେ ନଦୀକୂଳେ

ସେଇ ନଗ୍ନ ସ୍ବାସ୍ଥ୍ୟବତୀ ଅଙ୍ଗ

ତାହାରେ ମୁଁ କରେ ନମସ୍କାର

ସେଇ ସ୍ପଷ୍ଟ ସେଇ ଚିରନ୍ତନ

ଉପରେ ସଫେଦ୍‌ ଜହ୍ନ ପରି ଅତି ପରିଚ୍ଛନ୍ନ୤



ସମାପ୍ତ


Rate this content
Log in