ସରି : ଦୁଃଖିତ
ସରି : ଦୁଃଖିତ
ଆଜିର ଯୁଗର ଶସ୍ତା ପଦଟିଏ
ପଦଟି ହେଉଛି SORRY
SORRY କହିଦେଇ କିଏ ତରିଯାଏ
ଡାକ୍ତର କହିଲେ ମରି
SORRY ପଦଟି ବିବାଦ ମେଣ୍ଟାଏ
ରାଗ ହୋଇଯାଏ ଶାନ୍ତ
SORRY ବୋଲି ଯଦି ଡାକ୍ତର କହିଲେ
ଶରୀର ହେଉଛି ଶାନ୍ତ
SORRY ପଦଟିର ଏତେ ଶକ୍ତି ଅଛି
ବିପଦରୁ ତାରିଦିଏ
SORRY ପଦରେ ଏତେ ଶକ୍ତି ଅଛି
ଜୀବନରେ ମାରିଦିଏ
SORRY ପଦଟିର ଏତେ ଶକ୍ତି ଅଛି
ସମ୍ପର୍କ କୁ ଯୋଡିଦିଏ
SORRY ପଦଟିର ଏତେ ଶକ୍ତି ଅଛି
ବଞ୍ଚିବା ନା ନ ନିଏ
SORRY ପଦଟିକୁ ବ୍ୟବହାର କରି
ସମ୍ପର୍କ ସ୍ଥାପନ କର
ଡାକ୍ତର କାହାକୁ SORRY ନ କୁହନ୍ତୁ
ଏତିକି ମାଗୁଣି କର
SORRY କବିତାଟି ଲେଖିଦେଲି ବୋଲି
କହିଲେ କହିବ କହୁଛି
କହିଦେଲି ବୋଲି ଦୋଷ ଧରିବନି
SORRY କହିଦେଇ ରହୁଛି
