STORYMIRROR

Prabhati Debnath

Others

3  

Prabhati Debnath

Others

ସରଗପୁର

ସରଗପୁର

1 min
170

ଜନମ ଦେଇ ଯେ ପାଳିଲେ ପାଳିଲେ

ସିଏ ଆମ ବାପ ମାଆ,

ସ୍ନେହ ଶ୍ରଦ୍ଧା ଦେଇ ବଢାଇଲେ ଯେବେ

ରଖିବା ତାଙ୍କର ନାଆଁ।

ତାଙ୍କ ଠାରୁ ବଡ଼ ଦୁନିଆରେ ଆଉ

କେହି ତ ମିଳିବେ ନାହିଁ,

ଜୀବନ୍ତ ଈଶ୍ୱର ଅଟନ୍ତି ସେମାନେ

ଏମିତି ହେବେନି କେହି।

ସୁଖ ତ୍ୟାଗ କରି ଯନ୍ତ୍ରଣାକୁ ସହି

ଛୋଟରୁ ସେ ବଡ଼ କଲେ,

ସେବା ଯତନରେ ଶିକ୍ଷା ଦାନ ଦେଇ

ସୁଯୋଗ୍ୟ ଆମକୁ କଲେ।

ଆମ ପରିବାର ସରଗଠୁ ବଡ଼

ଗୁରୁଜନ ଆମ ସାହା,

ତାଙ୍କୁ ପୂଜା କରି ଶାନ୍ତିରେ ରହିବା

ମିଳିବ ଉତ୍ତମ ରାହା।।

କଟୁ କଥା କହି ଦୁଃଖ ଦେବା ନାହିଁ

ମୁଖେ ହସ ଭରିଦେବା,

ଆସୁ ଯେତେ ବାଧା ସବୁ ସହି ଯାଇ

ଭଲ ସନ୍ତାନଟେ ହେବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍