STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ସରଗକୁ ନିଶୁଣି ନାହିଁ

ସରଗକୁ ନିଶୁଣି ନାହିଁ

1 min
182

ସରଗ ନୁହଁଇ ଦିଗବଳୟର ଦୃଶ୍ୟମାନ ପରିସୀମା

ଅନନ୍ତ ପ୍ରକୃତି ଶୂନ୍ୟ ମହାଶୂନ୍ୟ ଅଖଣ୍ଡ ମଣ୍ଡଳ କାମା ।

ଦେବତାଙ୍କ ତହିଁ ଅଧିବାସ ବୋଲି ଧାରଣା ରହିଛି ଆମ

ପାରିଜାତ ପୁଷ୍ପ ନନ୍ଦନ କାନନେ ରମ୍ଭା ମେନକାଙ୍କ ଧାମ ।

ଦେବରାଜ ଇନ୍ଦ୍ର ଗୁରୁ ବୃହଷ୍ପତି ବରୁଣ ଯମ ଆବର

ମହାବିଷ୍ଣୁ ଙ୍କର ଅବସ୍ଥାନ ଯହିଁ ନାମ ତା ବୈକୁଣ୍ଠ ପୁର ।

ସ୍ୱର୍ଗ ସୁଖ ତହିଁ ଭୁଂଜନ୍ତି ଦେବତା ମରଣ ତାଙ୍କର ନାହିଁ

ଈଛାବଳେ ସର୍ବ ସିଦ୍ଧି ସେ ପାଆନ୍ତି ଶାନ୍ତି ବିରାଜିତ ତହିଁ ।

ସୁର ମାନଙ୍କର ସ୍ୱର୍ଗ ସୁଖ ଦେଖି ଅସୁର ବଳ କୌଶଳ

ପ୍ରୟୋଗ କରନ୍ତି ଯୁଦ୍ଧ ର ଆହ୍ୱାନ ଦ୍ୟନ୍ତି ତହିଁ ବାର ବାର ।

ବିଶ୍ରବା ନନ୍ଦନ ମହା ବଳଶାଳୀ ସ୍ୱର୍ଗ ଜୟୀ ଦଶାନନ ।

ପଣ କରିଥିଲେ ସ୍ୱର୍ଗକୁ ନିଶୁଣି ବାନ୍ଧି ଦେବେ କେଉଁ ଦିନ ।

ଯାହା ଇଛା ସିଏ ନିଶୁଣିରେ ଚଢି ନିଃଶୁଳ୍କେ ଯିବେ ସରଗ

ଯପତପ ଧ୍ୟାନ ଧାରଣା ସମାଧି ଲୋଡା ନାହିଁ ଏତେ ବାଗ ।

ନରକ କୁଣ୍ଡକୁ ଉପାଡି ଫିଙ୍ଗିବେ କଷ୍ଟ ନ ପାଇବେ କେହି

ସ୍ୱଦେହରେ ସର୍ବେ ସରଗକୁ ଯିବେ ହୁଅନ୍ତୁ ସେ ଅବା ଦେହୀ ।

ଇନ୍ଦ୍ର ଯମଙ୍କୁ ଯେ ବାନ୍ଧି ରଖିଥିଲେ ପୁଷ୍ପକ ଯାନରେ ଗତି

ଅବାସ୍ତବ ଚିନ୍ତା ଉଦ୍ଭଟ୍ଟ କଳ୍ପନା ସମ୍ଭବ ହୁଏ କି କ୍ଷିତି !!

ଛପନ ଗଣ୍ଡା ଯୁଗ ବଂଚିବାକୁ ବର ଯିଏ ପ୍ରାପ୍ତି କଲେ

ସ୍ୱର୍ଣମୟୀ ଲଙ୍କା ଭୋଗ କରୁଥିଲେ ନିଶୁଣି କି ଲଗାଇଲେ !

କାର୍ଯ୍ୟ ଟି ମୋହର ଆୟତ୍ତ କେବେ ବି ଅନାୟସେ ଦେବି କରି

ଭାବୁ କେବେ କାଳ ପୁରିଗଲା ରାମବାଣେ ଗଲେ ସ୍ୱର୍ଗପୁରୀ ।

ମୃତ୍ୟୁ ଶଯ୍ୟାପରେ ଶିକ୍ଷା ଦେଲେ ସୌମିତ୍ରିଙ୍କୁ ବୀର ଦଶାନନ

ଆଜିର କାମକୁ କାଲିକି ନରଖ ଆଜି କର ସମ୍ପାଦନ ।

କଳିର ମାନବ ଅନ୍ତରୀକ୍ଷ ମଧ୍ୟେ ସ୍ପେଶ ଷ୍ଟେସନ କରି

ମହାଜାଗତିକ ବିଷୟ ଉପରେ ଗବେଷଣା କରେ ଜାରି ।

ଚନ୍ଦ୍ର ଯାନ ପରେ ମଙ୍ଗଳ ଗ୍ରହକୁ ପହଂଚିବାର ଯୋଜନା

ସଫଳ କରିବା ପାଇଁ କାର୍ଯ୍ୟରତ ମିତଣୀ ଲୋ ଅନାଅନା ।

ବିଜ୍ଞାନ ଯେଠାରେ ପରାଜୟ ବରେ ଦର୍ଶନର ଆବିର୍ଭାବ

ଅଖଣ୍ଡ ମଣ୍ଡଳ ଅନନ୍ତ ସୃଷ୍ଟିର କି ଅବା ଭେଦ କରିବ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍