STORYMIRROR

Ajay kumar Behera

Others

3  

Ajay kumar Behera

Others

ସରଗ ପରୀ

ସରଗ ପରୀ

1 min
265


ସରଗ ପରୀ ତୁ

ସରଗର ଝରା ଫୁଲ

କେ ହେଇ ପାରିବ

ତୋ ପରି ଅମୂଲ ମୁଲ।୧।


ଗଢିଛନ୍ତି ପ୍ରଭୁ

ତୋତେ ତ ଆଦର କରି

ରହିଛୁ ରହିବୁ

ଆଲୋ ତୁ ହୃଦେ ସବୁରି।୨।


ସରଳ ମୁହଁକୁ

ଦେଖିଦେଲେ ଥରେ ତୋର

ଭୋକିଲା ପେଟତ

ଆପେ ଭରି ଯାଏ ମୋର।୩।


ତୁ ମୋ ଘର ଲକ୍ଷ୍ମୀ

ମୋ ଘର ମଉଡ଼ ମଣି

ତୁ ଥିଲେ ପାଶେ ମୋ

ଦୁଃଖ ଭୁଲିଯାଏ ପୁଣି।୪।


ପିଲାଟି ଦିନରୁ

ବାପା, ମା' ମୁଁ ତୋର

ତୋଠି ଦେଖୁଛି

ଅତୀତ ସ୍ମୃତି ମୋହର।୫।


ପାଇନୁ ସେନେହ

ମାଆ ଠୁ ତୁହି ତୋହର

ବାପ ହେଇ ମୁହିଁ

ବାନ୍ଧି ଦେବି ଖୁସି ଡୋର।୬।


ଆସିଲେ ବିପଦ

ଡରି ଯିବୁ ନାହିଁ ତୁହି

ପିତୃ ହାତ ଥିଲେ

ଜୀବନେ ହାରିବୁ ନାହିଁ।୭।


ନେଇ ମୋର ଆୟୁ

ସଂସାର କରିବୁ ଯାଇ

ପିତୃ ପରିଚୟ

କଥାକୁ ଭୁଲିବୁ ନାହିଁ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍