STORYMIRROR

Bunee Tripathy

Others

3  

Bunee Tripathy

Others

ସର୍ବଶକ୍ତିମାନ

ସର୍ବଶକ୍ତିମାନ

1 min
342

ହେ ଈଶ୍ବର.......

ତୁମେ କି ଦେଖୁନ

ସୃଷ୍ଟି ଆଜି ରସାତଳଗାମି

ସ୍ବାର୍ଥ,ଅହଂର ଆଧିପତ୍ଯ

ବିସ୍ତାର କରିଛି

କିଂ କର୍ତ୍ତବ୍ଯ ବିମୂଢ ପରି

ଚାହିଁ ରହିଛି ମାନବ ।

ସତ୍ଯ ଏଠି ଦୋଦୁଲ୍ଯମାନ

ମିଥ୍ଯାର ରାଜତ୍ବ

ଅଣନିଶ୍ବାସି ହୋଇ

ଡାକନ୍ତି ତ ତୋତେ

ରକ୍ଷାକର ରକ୍ଷାକର......

କାହିଁକି ନୀରବ ତୁମେ

ଆଖିରେ ଅନ୍ଧପୁଟୁଳି ବାନ୍ଧି

ଗାନ୍ଧାରୀର ପକ୍ଷନେଇ

ପିଇଯାଅ ହଳାହଳ ।

ରକ୍ତର ନଦୀରେ

ଭାସିବନି ଲକ୍ଷ୍ମଣକୁମାର

ପାରିହୋଇ ପାରିବେନି

ସେହି ଜନ

ଯିଏ ତୋତେ ଡାକେ "ହେ ଈଶ୍ବର"।


ନାରୀ ଏଠି ଲୁଣ୍ଠିତ

ଡାକୁଥାଏ ବାରବାର

କାମୁକ ରାକ୍ଷସ ହାତୁ

ବର୍ତ୍ତିବାକୁ କରୁଥାଏ ଚେଷ୍ଟା

ହେଲେ ହାରିଯାଏ ଯେବେ

ଦୁଇହାତ ଟେକିଦିଏ

ତୋହରି ସ୍ମରଣେ ।


ସତ୍ଯର ସାରଥି ସାଜି

ତୁମେ ହୁଅ ଆର୍ବିଭାବ

ବାରହାତ ଖଣ୍ଡାଧରି

କରିଚାଲ ମ୍ଲେଛର ସଂଘାର

ବିଶ୍ବାସ ଅବିଶ୍ବାସର ଦୋଛକିରେ

ଛିଡା ହେଉଥିବା ଜୀବ

ଫେରିପାଉ ସେହି ଆତ୍ମବଳ

ସତ୍ଯର କରି ଗୁଣଗାନ

ତୋତେ କହିବ

ହେ ଅଖଣ୍ଡ ଅଧିଶ୍ବର

ତୁ ତ ସର୍ବଶକ୍ତିମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍