ସର୍ବନାମ
ସର୍ବନାମ
1 min
110
ଝିଅଙ୍କୁ ଦେଖିଲେ କେତେକ କୁହନ୍ତି
ମାଲ୍ ପିସ୍ ଆଇଟମ
ଲାଗୁଛି ଯେମିତି ସେ ଶବ୍ଦଗୁଡିକ
ଝିଅଙ୍କର ସର୍ବନାମ !!
ଆଉ କିଛି କିଛି ଝିଅମାନଙ୍କୁ ବି
କୁହନ୍ତି ମାଣ୍ଡୁ ଓ ଟୋକି
ଏଭଳି ଅଶୁଦ୍ଧ ଭାଷା ସବୁ ପ୍ରାୟ
ଉଠିଲେଣି ମୁଣ୍ଡ ଟେକି !!
ସଭ୍ୟ ସମାଜରେ ଏଶବ୍ଦଗୁଡିକ
ଲାଗଇ ଅସଭ୍ୟ ପରି
ଝିଅମାନଙ୍କର ସମ୍ମାନକୁ ଏହା
ଦେଇଥାଏ କ୍ଷୁର୍ଣ୍ଣ କରି !!
ଝିଅଙ୍କୁ ସମ୍ମାନ ନଦିଅ ପଛକେ
କରନାହିଁ ଅସମ୍ମାନ
ନିଜ ଆଚରଣ ଢଙ୍ଗକୁ ଟିକିଏ
କରିନିଅ ସଂଶୋଧନ ।।
