STORYMIRROR

Purna chandra Rana

Others

2.9  

Purna chandra Rana

Others

ସର୍ବ ଶକ୍ତିମାନ

ସର୍ବ ଶକ୍ତିମାନ

1 min
34



ହେ ଅନ୍ତରର ସଖା 

ଚିତ୍ତେ ତୁମେ ସଦା ଉଭା

ତୁମେ ଅନନ୍ତ ଅନ୍ତରୀକ୍ଷ

ତୁମେ ତୃଷ୍ଣାର ଅମୃତ କକ୍ଷ

ପ୍ରେମର ପରିଭାଷା ତୁମେ

ପୁଣି ସେନେହର ସର୍ଜନା

ପ୍ରତି ମୁଖେ ସାଜିଛ ମିଷ୍ଠ ଭାଷା

ସର୍ବ ଚିତ୍ତେ ତୁମେ ଏକମାତ୍ର ଆଶା

ଯେଉଁ ଆଶା ହୁଏନାହିଁ କେବେ ତ ନିରାଶ ,

ମନର ମାନସିକ ତୁମେ

ପୁଣି ବିଧିର ବିଧାନ

ତୁମେ ଯେ କୃପାନିଧି 

ସର୍ବ ଶକ୍ତିମାନ

ସୁଖିର ସୁଖ ତୁମେ

ଦୁଃଖି ଆଖି ଲୁହ

ଗରିବ ଥାଳିରେ ସାଜ

ଭୋକ ମିଟା ଅନ୍ନ

କାହାକୁ କର ଧନୀ କାହାକୁ ଗରିବ

ନାହିଁ ଯେ ତୁଳନା

ଏ ଜୀବନେ ସାଜିଛ ତୁମେ ଯେ କଳ୍ପନା ,

ତୁମେ ତ ମୋହ ମାୟା

ଅପାର ସାଗର

ତୁମ ମାୟାକୁ ଯେ ବୁଝିବା ଅସମ୍ଭବ

ପ୍ରଥମ ନିଶ୍ବାସ ତମେ

ଏହି ବିଗ୍ରହରେ

ଚଳାଚଳ କର ତୁମେ 

ଶରୀର ମଧ୍ୟରେ

ଯେବେ ଶରୀରରୁ ହେଇଯାଅ ଦୂର

ଏ ଶରୀର ରହିଯାଏ ପୃଥିବୀ ବକ୍ଷରେ

ଆତ୍ମା ଛାଡି ଚାଲିଯାଏ ତୁମରି ସାଥିରେ ।


Rate this content
Log in