STORYMIRROR

Jyotsna Acharya

Others

3  

Jyotsna Acharya

Others

ସପ୍ତରଂଗ ବସୁନ୍ଧରା

ସପ୍ତରଂଗ ବସୁନ୍ଧରା

1 min
230

ଆଜି କି ପ୍ରକୃତି

ସଜ୍ଜ କି ହୋଇଛି?

ସପ୍ତ ରଂଗ ବସୁନ୍ଧରା

ସହନ ଗୁଣରେ ସ୍ବଛ୍ଛ ମନଟିରେ

ପବିତ୍ର ଭାବନା ଧରିଛି ପରା

ନିର୍ଭୟ ଗୁଣରେ ସ୍ନେହ ଭାବ ପୂର୍ଣ୍ଣ

ମଧୂର ଆନନ୍ଦେ ହସୁଛି ଧରା

ନୀଳ ରଂଗରେ ଶାନ୍ତ ଆକାଶ

ଜୀବନ ଛବିରେ ଶାଇ ବିଶ୍ବାସ

ସ୍ନେହ ରଂଗ ଭରେ ପଶୁ - ପକ୍ଷୀ ପ୍ରାଣ

ସବୁଜ ଚକ୍ଷୁରେ ଭରେ ତୃପ୍ତ ପ୍ରାଣ

ପୂରବ ଆକାଶେ ସୁନେଲେ ସ୍ବରୁଜ

ରଶ୍ମୀ ଶକ୍ତିଟିରେ ବୁଣେ ମୂରୁଜ

ନାନା ଜାତୀ ଫୂଲେ ଧରଣୀ ସଜ୍ଜିତ

ସ୍ବର୍ଗ ପୂର ସତେ ମର୍ତ୍ତେ ମଣ୍ଡିତ

ସୃଷ୍ଟି ଶ୍ରଷ୍ଠା ନିଜେ ଆତ୍ମ ବିଭୂତ

ନୃତ୍ୟ ସ୍ବର ଅବା ତାଳେ ଛନ୍ଧିତ

କୋଇଲି ମଧୂର ଶଙ୍ଖ ଧ୍ଵନୀ ସ୍ବର

ମହୀରେ ଗୁଞ୍ଜିତ ସପ୍ତ ତରଙ୍ଗ

ନିର୍ଭୟ ଧରଣୀ ଧରାରେ ଧାରିତ

ଦୂବ ଘାସ ଗଛ ଦିଶେ ସବୁଜ

ପ୍ରଫୁଲ୍ଲ ଚିତ୍ତରେ ବନ୍ୟ ପ୍ରାଣୀ ହସେ

ଚଞ୍ଚଳ ହରିଣୀ ଦୃଷ୍ଟି ପରଷେ

ଆମ୍ବ ବୌଳର ସୁବାସ ବାସ

ଝୁଲଣ ବେଦିରେ ଦୋଳ-ଗୋବିନ୍ଦ ବେଶ

ଚଞ୍ଚଳା ପୃଥିବୀ ଋତୁ ବସନ୍ତରେ

ଅବିର ସଂଗତେ ଫୁଲର ସ୍ପର୍ଷ

ଧରା କି ଲାଗୁଛି ନର କି ଦେବତା 

କରୁଛନ୍ତି ଅବା ଏକାଠି ବାସ।


Rate this content
Log in