STORYMIRROR

Sanjya Tripathy

Others

3  

Sanjya Tripathy

Others

ସପ୍ତ ସମାଚାର

ସପ୍ତ ସମାଚାର

1 min
143


ଖୋଲି ଦିଅ ଅବରୁଦ୍ଧ ଚେତନାର ଦ୍ଵାର ।

ଆସିବାକୁ ଦିଅ : ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟର ମଧୁ ମଲ୍ଲିକା ।

ବୁଢାରଜାର ଗର୍ଭ ଗହ୍ନର

ସଚରାଚର ବିଶ୍ଵର ବ୍ୟାପକ ବଜାର ।

ଗାନ୍ଧି ଗୋପବନ୍ଧୁଙ୍କ ସ୍ୱପ୍ନର ସହର

ପ୍ରଗତି ଓ ପରିବର୍ତ୍ତନର ସପ୍ତମହାନ ସଂସ୍କାର ।

ଚହଟିବାକୁ ଦିଅ :

ଅଭିଯାତ୍ରୀର ଅପ୍ରତିହତ ଚିନ୍ତାଧାରର କୌମୁଦୀ ସୌରଭ

କୃଷି ଶ୍ରମିକର ଅନବରତ ସାଧନାର ସୁରଭିତ ମଳୟ

ସର୍ବହରା ଜନତାର ଆତ୍ମସନ୍ତୋଷଭରା ଦରୋଟି ହସ ।

ଏବେ ବାଜିବାକୁ ଦିଅ

ଐକ୍ୟବଦ୍ଧ ଉଦ୍ୟମ ଓ ମିଳିତ ସଂଗ୍ରାମର ରଣଦୁନ୍ଦୁଭି :-

କ୍ଷୁଧା, ଦାରିଦ୍ର୍ୟ, ବେକାରୀ, ଦୁର୍ନୀତିର ମୂଳୋତ୍ପାଟନ ପାଇଁ

ସାମାଜିକ ଶ୍ରେଣୀ ବୈଷମ୍ୟ ଓ

ଘୁଣଧରା ଜାତିବାଦର ଦୂରୀକରଣ ପାଇଁ

ପ୍ରଦୂଷିତ ରାଜନୀତି ଓ ପର୍ଯ୍ୟାୟ ପତିତ ପ୍ରଶାସନର

ପରିବର୍ତ୍ତନ, ସମ୍ବେଦନଶୀଳ ମାନସିକତା ପାଇଁ

ମୌଳବାଦୀ ଉଦ୍‌ଗୀରଣ ଓ

ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପର ନିରାକରଣ ପାଇଁ

ସାଂସ୍କୃତିକ, ରାଜନୈତିକ, ଆର୍ଥିକ, ସାମାଜିକ ଓ ଧାର୍ମିକ

ଶୋଷଣର ସୁଦୃଢ଼ ମୁକାବିଲା ପାଇଁ

ଚେତନଶୀଳ, ଯୁଗୋପଯୋଗୀ ଆଭିମୁଖ୍ୟର କ୍ରିୟାନ୍ନୟନ ପାଇଁ ।

ସୃଜନଶୀଳତାର ଭିନ୍ନ ଏକ ଦିଗନ୍ତରେ

ସମ୍ପର୍କର ସୁରମ୍ୟ, ପୃଥକ୍ ଏକ ପରିଭାଷା ପାଇଁ ।


Rate this content
Log in