STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ସ୍ପର୍ଶ

ସ୍ପର୍ଶ

1 min
147

ମାଆର ପରଶେ ନିର୍ଭୟ ପରାଣ

ଆଶ୍ୱସ୍ତ ହୁଏ ଆଶିଷେ,

ବାରୁଣୀ ଆକାଶେ ଉଇଁ ଆସେ ଭାନୁ

ରଜନୀ ଆଲୋକେ ହସେ।


ପିତା ଯେବେ ପୃଷ୍ଠେ ହସ୍ତ ସଞ୍ଚାଳନ

କରନ୍ତି ସ୍ନେହ ମୁଦ୍ରାରେ

ମିଳେଇ ଯାଏ କି ଜୀବନ ପଥରେ

ମରୀଚିକା ବହୁ ଦୁରେ।


ପତ୍ନୀର ଚମ୍ପକ ଆଙ୍ଗୁଳି ଛୁଆଁରେ

ମାଦକତା ଭରା ନିଶା,

ତୁଚ୍ଛ ହୁଏ ଯେତେ ଦୁଃଖ ଓ ବେଦନା

ମେଣ୍ଟିଯାଏ ଘୋର ତୃଷା।


ସନ୍ତାନର ମୃଦୁ କୋମଳ ପରଶେ

ହଜିଯାଏ ସାରା କ୍ଳାନ୍ତି,

ତାର ମଧୁବୋଳା ହସ ଯେବେ ଫୁଟେ

ଜୀବନରେ ଭରେ ଶାନ୍ତି।


ଶ୍ରଦ୍ଧାର ସୁଖଦ ମୂରତି ଭଗିନୀ

ହାତେ ବାନ୍ଧେ ଯେବେ ରାକ୍ଷୀ,

ମନେହୁଏ କି ମୁଁ ମହା ଶକ୍ତିଶାଳୀ

ବିପଦରେ ମହାରକ୍ଷୀ।


ବନ୍ଧୁଟିଏ ଯେବେ ହାତେ ହାତ ରଖି

ପଚାରେ କୁଶଳ ବାର୍ତ୍ତା,

ଭୟ ଓ ସଂଶୟ ତୁଟିଯାଏ ଯେତେ

ମୁକୁଳେ ଅଡ଼ୁଆ ସୂତା।


ସଦଭାବନା ହୃଦେ ଧରିରଖି ଆସ

ଛୁଇଁଯିବା ସର୍ବ ଆତ୍ମା

ସବୁ ସମ୍ପର୍କକୁ ଧରି ରଖିଥିଲେ

ହସୁଥିବେ ପରମାତ୍ମା।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍