ସପନରେ କାଲି
ସପନରେ କାଲି
ସପନରେ କାଲି ଭାବୁଥିଲି ବସି
ତମେ ତ ଆସିବ ବୋଲି ।
ଆଖିରେ ନିଦକୁ ଅପେକ୍ଷା କହି
ଶୋଇନି ଭାବନା କଲି ।।
ରାତିରେ ତମକୁ ସତରେ ଦେଖିଲି
ଆସିଥିଲ ମୋ ମନ ଅଗଣାରେ ।
ମିଠା କଥା କହି ବସି ଗଲ ତମେ
ବିଛଣା ଶେଜ ଉପରେ ।।
ସତରେ ଦେଖିଲି ଆସିଥିଲ ତମେ
ନୀଳ ଆକାଶର ଭସା ବଦଳରେ ।
ହସିହସି ଖିଲିଖିଲି,
ଯେମିତିକା ତମେ ଚାଂହୁଥିଲ ମତେ
ନିଜର ଭାବି କି , ସତେ କି ବହୁ ଦୁରେ ।।
ଜହ୍ନ ଇସାରାରେ ତାରା ମେଳେ ତମେ
ଉଡି ଉଡି ଆସି , ହାତ ଧରି ମୋର ସାଥିରେ ।
କିଛି କାଳ ପାଇଁ ହଜାଇ ଖେଳିଲ
ଜୀବନ,ସପନ ରଙ୍ଗ ତୁଠରେ ।।
ସତରେ ଦେଖିଲି ଆସିଥିଲ କଲି
ଲୁଚିବାକୁ ତମେ ଡାକିନେଲ ମୋତେ
ଅନେକ ଦୂରକୁ ଅନ୍ଧାରର ଲମ୍ବା ଛାଇରେ ।
ନିଦ ଭାଙ୍ଗିଗଲା ଆଉ କାହା ସବଦେ
ମୋର ବିଛଣା ନିଦ ଶେଯରେ ।।
ଆଖି ଖୋଲି ଯେବେ , ଦେଖିଲି ତୁମକୁ
ପାରିଲିନି ଆଉ ଦେଖି
ସତରେ ସପନେ ଆସିଥିଲ କାଲି
ମୋତେ ନେଇ ଯିବା ବୋଲି ।
