STORYMIRROR

SUKANTA KHANDA

Others

3  

SUKANTA KHANDA

Others

ସ୍ପନ୍ଦନ

ସ୍ପନ୍ଦନ

1 min
147


ମୋତେ ତ ଦେଖିନ ଜୀବନ କାଳରେ

ସ୍ପନ୍ଦନ ମାପିଲ ଚାହିଁକି 

ଦୁଃଖ ଓ ସୁଖର ପ୍ରଶିକ୍ଷଣ ତୁମେ

ସହଭାଗୀ ହେଲ କାହିଁକି ?


ତୁମର ସ୍ବପ୍ନଟି ସାକାର ହେବ କି

ନ ହେବ ଈଶ୍ୱର ଜାଣନ୍ତି

ମୋର ମନ କିନ୍ତୁ ଭ୍ରମୁଛି ଚୌଦିଗେ

ଲାଗୁଛି କେମିତି ଯେମିତି।


ତୁମ ବଡ଼ ମନ ପାଖରେ ମୋହର

ଏ ନୀଚ୍ଚ ଭାବନା କାହିଁକି 

ସ୍ପନ୍ଦନ କହୁଛି ଆଗକୁ ଆଗକୁ 

ବଞ୍ଚିବାକୁ ଦେବ ନାହିଁକି?


ତୁମ ପଦଯାତ୍ରା ସଫଳ କରାନ୍ତୁ 

ଈଶ୍ବରଙ୍କ ପାଖେ ମିନତି 

ସେନେହ ଶରଧା ବିଶ୍ଵ ଦରବାରେ

ଜାଗି ଉଠୁଥାଉ ନିଇତି।


ତୁମେ ତ ସତରେ ଈଶ୍ୱରଠୁ ବଳି

ଭାବରେ ବାନ୍ଧିଲ ଯେତିକି 

ମୋର ପାଖେ କିନ୍ତୁ ଧୀଟ ନୀଚ୍ଚ ଗୁଣ

ପ୍ରତିକ୍ଷଣ ଆସେ କତିକି।

        



Rate this content
Log in