STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ସ୍ଵପ୍ନଦେଖିବାମନା

ସ୍ଵପ୍ନଦେଖିବାମନା

1 min
10.2K


,,,,,,,ସ୍ଵପ୍ନ ଦେଖିବା ମନା ,,,,,,,,,

ଶଶାଙ୍କ ଶେଖର ରାୟ


ସ୍ଵପ୍ନ ଦେଖିବାକୁ ମନା ଏଠି ତୁମକୁ

ଡେଣାଝାଡି ନୀଳ ଆକାଶେ

ପାରିବନି ଉଡି

ସାରା ଆକାଶଟା ସେମାନଙ୍କର ,

ଉପରକୁ ମୁଣ୍ଡ ଉଠାଇ ଚାହିଁଲେ

ଚାପିଦେବେ ରସାତଳକୁ

ଏ ମାଟି ପାଣି ପବନ

ସବୁକିଛି ଏକା ତାଙ୍କର ।

ଗୁରୁଦକ୍ଷିଣା ମାଗିବା ଛଳରେ

ହସିହସି ମାଗିନେବେ କଉଶଳେ

ଦ୍ରୋଣାଚାର୍ଯ୍ୟ ମାନେ ତୁମ ବୃଦ୍ଧାଙ୍ଗୁଳି

ସ୍ଵାର୍ଥରକ୍ଷା କରିବାକୁ ଅର୍ଜୁନ ମାନଙ୍କର ।

ସ୍ଵପ୍ନ ଦେଖିବାକୁ ଏଠି

ତୁମ ପାଇଁ ରାତି ନିଅଣ୍ଟ

ବରଂ ସ୍ଵପ୍ନ ଦେଖା ଛାଡିଦିଅ

ନିଜ ମୁହଁ ଦେଖ ଆଉ କାହା ଆଇନାରେ ,

ରାତି ପାହିଗଲେ

ରାମରୁ ରାମିୟାଁ ଭଣ୍ଡାରୀ

ଏକଥା କାହିଁକି ବା ଭୁଲି ଯାଉଛ

ଅଭିନୟ କରିବାକୁ ହେବ

ନିର୍ଦେଶକର ଇଙ୍ଗିତରେ ।

କାହିଁକି ବାରମ୍ଵାର ତୁମେ

ଦାନ୍ତ ଚିପି ହାତମୁଠା କରି

ଛାଡି ଦୀର୍ଘନିଶ୍ଵାସ

ସୁନାର ମୃଗ ପଛେ ଦଉଡୁଛ

ଆଖିରେ ଆଖିଏ ସ୍ଵପ୍ନପୁଟୁଳି ବାନ୍ଧି

ଦରାଣ୍ଡିହେଉଛି ନିଜକୁ ଖାଲି ବ୍ୟସ୍ତତାରେ ।

ଏଠି ସ୍ଵପ୍ନ ମାନେ ତୁମ ପାଇଁ

ଦୂର ଆକାଶର ଜହ୍ନ

ଚାତକ ପରି ଚାହିଁଛ କାହିଁ

ଧରାଦେବନି କେବେ ସେ

ତୁମ ଦୁଇ ହାତ ପାପୁଲିରେ ।


ମୋ - ୭୩୭୭୧୯୭୯୯୯


Rate this content
Log in