STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ସ୍ଵପ୍ନ

ସ୍ଵପ୍ନ

1 min
11.9K

ସ୍ଵପ୍ନ ବିଭୋର ଏ ଅବୁଝା ହୃଦୟ

କଳ୍ପନାର ପକ୍ଷକୁ ପ୍ରସାରି

ଉଡିଯିବ ଭାବେ ତୋଳିବାକୁ ଆକାଶରୁ ଜହ୍ନ,

ମାଟିର ସେ ଉଷ୍ମ କୋଳ ଛାଡି

ସୀମା ଡେଇଁବାର ଆସ୍ପର୍ଦ୍ଧାରେ

ଭୂମିଠାରୁ ପାଦ କରେ ଆବେଗରେ ଛିନ୍ନ l


ପ୍ରାପ୍ତିର ଅଦମ୍ୟ ଆଶାରେ

ଜଳିଯାଏ ବର୍ତ୍ତମାନର ଛିନ୍ନ ଛପର

ଆକାଶର ବିଶାଳ ଅହଂର ସମ୍ମୋହିନୀ ଗନ୍ଧେ,

ସ୍ଵପ୍ନ କେବେ ପାଲଟେ ବନ୍ଧନ

ଧରା ଦେଇ ନିଜେ ନିଜେ ଦିନେ

କୌଶଳରେ ବନ୍ଦୀ କରି ଛଳନାରେ ବାନ୍ଧେ l


ଯେଉଁ ସ୍ଵପ୍ନ ଦିନେ ଚକ୍ଷୁବନ୍ଧନ କରି

ନେଇଥିଲା କାମାକ୍ଷା ପ୍ରଦେଶେ

ବାଞ୍ଛିତ ସୁଖର ସୁମଧୁର ମଧୁସ୍ଵନ ଫୁଙ୍କି

ଚିକମିକ ଦିଶୁଥିବା ଜହ୍ନ ତାରା ସବୁ

ପ୍ରତୀୟମାନ ହୁଅନ୍ତି ଅତି ନିକଟରୁ

ରୁକ୍ଷ ଓ ନିଷ୍ଠୁର ସମ ବିଗତ ସବୁ ପ୍ରତିଜ୍ଞାକୁ ଫାଙ୍କି l


ଫେରିବାର ନିଶା ଯେବେ ଚଢେ

ବିବେକର ଉଦାସୀ ନୟନେ

ପାଦ ଖୋଜେ ଧରିତ୍ରୀର ଉଷ୍ମ କୋଳ ପୁଣି

ନଭଶ୍ଚୁମ୍ବୀ ଅଟ୍ଟାଳିକା ତୂଳିତଳ୍ପ ଶେଯ

ଛାଡି ଅର୍ଥ, ଯଶ, ବେଶ, ବ୍ୟସନ ବିଳାସ

ନିଦ୍ରା ଯିବି ମାଟିର ସେ ଧୂସରିତ ବକ୍ଷେ

ଆକାଶର ଜହ୍ନ ତାରା ଗଣି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍