STORYMIRROR

Prasanta kumar Hota

Others

3  

Prasanta kumar Hota

Others

ସ୍ଵପ୍ନ

ସ୍ଵପ୍ନ

1 min
8.0K



ସରାଗରେ ସଜେଇଥିଲି ସ୍ଵପ୍ନକୁ

ବାନ୍ଧିଥିଲି ମୋ ମନ ମନ୍ଦିରେ

ନିତି ଦେଖୁଥିଲି ଉଦ୍ଦିପ୍ତ ଚେତନାରେ

ଝଲମଲ ହୋଇ ଦିଶୁଥିଲା

ପ୍ରତିଟି ମୁହୂର୍ତ୍ତ ପ୍ରତିଟି କ୍ଷଣ

ଭାରତ ଜିତିବ ବିଶ୍ୱକପ୍ ହକିରେ


ତାଳିମାରି କମ୍ପାଇ ଦେଉଥିଲି

ଷ୍ଟାଡିୟମ ର ଗ୍ୟାଲେରୀରେ

ସ୍ଵାକ୍ଷରିତ ହେବ ସ୍ମୃତି ଚିହ୍ନ ମୋର

ଦେଉଥିବା ଉତ୍ସାହରେ

ମାତୃଭୂମିର ବିଜୟରେ

ସ୍ଵପ୍ନ କିନ୍ତୁ ଭାଙ୍ଗିଗଲା ସେମିଫାଇନାଲରେ


ସାରା ଆକାଶଟା ଛିଣ୍ଡିଗଲା ସତେ

ହଜିଗଲା ସ୍ଵପ୍ନ ବନ୍ଦ ଆଖିର ଚେତାରୁ

ପୁଣି କିନ୍ତୁ ଦେଖାଦେଲା ଧୀରେ ଧୀରେ

ଦୂର ଆକାଶର ଜହ୍ନ ପରି

ଦୁଇ ହାତରେ ମେଞ୍ଚାଏ ଆଶା ନେଇ

ସୁନାର ମିରିଗ ପଛେ ଧାଇଁବା ପାଇଁ


କେତେ କଷ୍ଟ କେତେ ଯନ୍ତ୍ରଣା

ସ୍ଵପ୍ନ ଭାଙ୍ଗିଗଲେ ଥରେ

ତଥାପି ସ୍ଵପ୍ନ ଆସେ ମସଗୁଲ୍ କରେ

ପୁଣି ଥରେ ଆସିବେ କଳିଙ୍ଗ ମାଟିରେ

ଭରିଯିବ ଦର୍ଶକ ଗ୍ୟାଲେରୀ

ଭାରତ ଜିତିବ ବିଶ୍ୱକପ୍ ହକିରେ ।


ପ୍ରଶାନ୍ତ କୁମାର ହୋତା


Rate this content
Log in