ସ୍ଵପ୍ନ
ସ୍ଵପ୍ନ
1 min
112
ସବୁ ସ୍ଵପ୍ନ
ଆଜି ଯାଏ
କେବେ କାର
ହୋଇନି ସାକାର,
ଯାହା ହୁଏ
ତା ପଛରେ
ଥାଏ ସଦା
ସାଧନା ଅପାର ।
ସ୍ଵପ୍ନ ଆସେ
ଏ ଜୀବନେ
ବୁଣି ବୁଣି
ଆନନ୍ଦ ବିଷାଦ,
ବିଷାଦକୁ
ଭୁଲି ଯାଇ
ଆନନ୍ଦ ପାଇବା ପାଇଁ
ଅହ ରହ ରହିଥାଉ
ସାଧନାରେ ବ୍ୟସ୍ତ ।
ସ୍ଵପ୍ନ କେବେ
କା ଜୀବନେ
କ୍ଷତି କରିନାହିଁ,
ଯେ ବୁଝିଛି
ତାର ଅର୍ଥ
ତା ସହିତ
ନିଜର ସାମର୍ଥ୍ୟ
କେଉଁ ପରି
କି ଉପୟେ
ସାର୍ଥକ କରିବା ପାଇଁ ।
ସ୍ଵପ୍ନରେ ମୁଁ ଦେଖିଥିଲି
କିପରି ମୁଁ ହେବି
ଭଲ ଲୋକ,
ଯାହା ଯାହା
ଦେଖିଥିଲି
ତାହା ତାହା
ମୁଁ କରିଲି
ଫଳ ତାର
ମୁଁ ପାଇଲି
ସ୍ଵପ୍ନ ମୋ ସାର୍ଥକ ।
