STORYMIRROR

Minati Rath

Others

3  

Minati Rath

Others

ସପନ ତରୀରେ ସମୟ

ସପନ ତରୀରେ ସମୟ

1 min
281

ସପନ ତରୀରେ ବସି

ସମୟ ଟା ଭାସିଯାଏ

ଏପାରିରୁ ସେପାରିକୁ

ସଞ୍ଜରୁ ସକାଳକୁ

ପୁଣି ସକାଳରୁ ସଞ୍ଜକୁ

ଅତୀତରୁ ବର୍ତମାନ କୁ

ପୁଣି ବର୍ତ୍ତମାନରୁ ଭବିଷ୍ୟତକୁ

ପଛରେ ତା' ଛାଡ଼ି ଯାଏ ଯଶକୀର୍ତ୍ତି ମାନ

ତା' ପଥରେ ଦେଖେ ସିଏ ଅନେକ ବାତୋଇ ( batoi)

ପାରି କରିଦିଏ ହାତ ବନ୍ଧୁତାର ବଢ଼ାଇ


ପଥହରା ଦିଗହରା

କେହି ଯଶ କୀର୍ତ୍ତି ଭରା

ଆନନ୍ଦରେ ଆତ୍ମହରା

କିଏ ପୁଣି ମର୍ମାହତ

ଯନ୍ତ୍ରଣାରେ ଜର୍ଜରିତ

ନିଃସ୍ୱ ଶୋକଭିଭୂତ

କିଏ ଅଟେ ନିର୍ବିକାର

ଅଶାନ୍ତ ମନେ କାହାର

ଦ୍ଵନ୍ଦ୍ୱ ଅନୁତାପ ଭାର


ମହାତପୀ ମହାଯୋଗୀ

ମହାତ୍ୟାଗି ମହାଭୋଗୀ

ସବୁ ତା' ସପନେ ଭାଗୀ

ସଭିଏଁ ତାହାରି ଦାସ

ତା'ରି ମନ୍ତ୍ର ରେ ବଶ

ଗତି ତାର ଦୃତତର

ଅବିଛିନ୍ନ ଅବିଶ୍ରାନ୍ତ

ତା' ସାଥେ ଯା ପାଦ ମିଶେ

ସେ ଯାଏ ତରୀ ରେ ତାର

ପଛକୁ ପାଦ ଯାହାର

ସେ ନିନ୍ଦେ କର୍ମକୁ ତାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍