STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ସପନ ଫୁଲର ପୁଷ୍ପାଞ୍ଜଳି

ସପନ ଫୁଲର ପୁଷ୍ପାଞ୍ଜଳି

1 min
237


ଶ୍ରୀମନ୍ଦିରେ ଯାଇ ଶ୍ରୀପତି ଛାମୁରେ କିବା ଜଣାଇବି ଆଉ

ସର୍ବ ଜ୍ଞାତା ପିତା ଜଗତ କରତା କେତେ ଦୁଃଖ ଦେବ ଆଉ

ତୁମେ ଅଭିଷିକ୍ତ ରତ୍ନସିଂହାସନେ “ମୁଁ ଛାର, ପଦ କିଙ୍କର 

କିବା ଜଣାଇବି ସାହସ ପାଉନି ଅନ୍ତର୍ଯ୍ୟାମୀ ପରାତ୍ପର ।।


ମାନବ ସଭ୍ୟତା ପରେ କଷାଘାତ କରୁଛି ଅଦୃଷ୍ଟ ଶକ୍ତି

ଉଦ୍ଧାର କର ହେ ରମାରମଣ ହେ ଟଳି ଯାଉ ୟେ ବିପତ୍ତି

କେତେ ଦଣ୍ଡ ଦିଅ ଆହେ ବଡ଼ ଦିଅଁ ନିରେଖ ନକରି ରଖ

ଅରକ୍ଷ ରକ୍ଷ ହେ ନୀଳ ପଙ୍କଜାକ୍ଷ ନହୋଇ ଆଉ ବିମୁଖ ।।


ତୁମେ ନରଖିଲେ କା' ଶରଣ ଯିବି ପତିତପାବନ ବୋଲି

ଶ୍ରୀମନ୍ଦିରେ ଗଲି କି କହିବି ବୋଲି କିଛି ଭାବି ନପାରିଲି

ଜଗତ ଯାକର ଦୁଃଖେ ସଢ଼େ ନିତି ଦେଖି ଦେଖି ଉଠେ କୋହ

ଉଦ୍ଧାରିବ ପ୍ରଭୁ ମାଗୁଣି ଏତିକି ଦୁଃଖ କରି ଅପଚୟ ।।


ଅଭକ୍ତ ଭାବରେ ପ୍ରଫୁଲ୍ଲ ଗୀତରେ ମନକଥା ଜଣାଇଲା

ସାହା ଭରସାର ସପନ ଫୁଲର ପୁଷ୍ପାଞ୍ଜଳି ସମର୍ପିଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍