ସପନ ମୋ ସତ ହେବ
ସପନ ମୋ ସତ ହେବ
1 min
426
ଧାଇଁ ଯାଇଥିଲି ସୁଖ ଟିକେ ପାଇଁ
ଦୁଃଖ ତ ଅଜାଡ଼ି ଦେଲୁ,
ନିଜର ଭାବିକି କୋଳେଇ ନେଲୁନି
ତୋ ଠାରୁ ଦୂରେଇ ଦେଲୁ।
ରାତି ସରିଯାଏ ସପନ ନସରେ
ନିତି ଦେଖଥାଇ ତୋତେ,
ଆଖିରେ ପଲକ ପଡେ ନାହିଁ ମୋର
ଆଶିଷ ଢାଳିବୁ ସତେ।
ହୃଦୟେ ଦେଖଇ କଳାବଦନକୁ
ବଦନେ ଚକାନୟନ
ନୟନ ଖୋଜଇ ଶ୍ରୀକ୍ଷେତ୍ର ଧାମକୁ
ତୋ ପାଶେ ମୋହରି ମନ।
ଝୁରୁଛି ଝୁରିବି ଜୀବନଯାକ ତ
ତୋର ଦରଶନ ପାଇଁ,
ଜୀବନ ମୋହର ସାର୍ଥକ ହୋଇବ
ତବ ନାମ ଗାଇ ଗାଇ।
