STORYMIRROR

Sandhyarani dash

Others

3  

Sandhyarani dash

Others

ସପନ ମୋ ସତ ହେବ

ସପନ ମୋ ସତ ହେବ

1 min
428

ଧାଇଁ ଯାଇଥିଲି ସୁଖ ଟିକେ ପାଇଁ

ଦୁଃଖ ତ ଅଜାଡ଼ି ଦେଲୁ,

ନିଜର ଭାବିକି କୋଳେଇ ନେଲୁନି

ତୋ ଠାରୁ ଦୂରେଇ ଦେଲୁ।

ରାତି ସରିଯାଏ ସପନ ନସରେ

ନିତି ଦେଖଥାଇ ତୋତେ,

ଆଖିରେ ପଲକ ପଡେ ନାହିଁ ମୋର

ଆଶିଷ ଢାଳିବୁ ସତେ।

ହୃଦୟେ ଦେଖଇ କଳାବଦନକୁ

ବଦନେ ଚକାନୟନ

ନୟନ ଖୋଜଇ ଶ୍ରୀକ୍ଷେତ୍ର ଧାମକୁ

ତୋ ପାଶେ ମୋହରି ମନ।

ଝୁରୁଛି ଝୁରିବି ଜୀବନଯାକ ତ

ତୋର ଦରଶନ ପାଇଁ,

ଜୀବନ ମୋହର ସାର୍ଥକ ହୋଇବ

ତବ ନାମ ଗାଇ ଗାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍