Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gupteshwar Nanda

Others

2  

Gupteshwar Nanda

Others

ସପନ ଝଲକ

ସପନ ଝଲକ

1 min
6.5K


ସପନ ଝଲକ ତମେ ପ୍ରିୟା ଯେବେ କହିଦେବ ମୋତେ

ଦେଇ ପାରିବି ମୁଁ ଜୀବନ

ତମ ଖୁସି ପାଇଁ ବରିନେଇ ପାରେ

ସବୁଦୁଃଖ ଆଉ କଷଣ ।

ତୁମରି ଓଠରେ ହସର ଜୁଆର

ସତେକି ପାରିବି ଖେଳାଇ

ତମ ମୃଦୁ ମୃଦୁ ହସକୁ ଦେଖିକି

ଯିବ ଦୁଃଖ ମୋର ମିଳେଇ ।

କିନ୍ତୁ ପ୍ରିୟା ମୁଁ ଯେ ଦେଖିନି ତ କେବେ

କେମିତି ଚିହ୍ନିବି ତୁମକୁ,

ସେଇ କଥା ଥରେ ଅଜାଣତେ ମୋର

ଶିଖାଇ ଦିଅମୋ ନିଦକୁ ।

ସ୍ଵପ୍ନ ଦେଇ ସିଏ ମୋତେ କହିଯିବ

ରୂପରେଖ ତୁମ କେମିତି

ସପନ ଝଲକ ପାଇଲେ ଜାଣ ମୁଁ

ମାନିନେବି ତୁମେ ସେମିତି ।


-ଗୁପ୍ତେଶ୍ଵର ନନ୍ଦ ଶଙ୍କରା ,ବିନିକା, ସୁବର୍ଣ୍ଣପୁର


Rate this content
Log in