STORYMIRROR

Pranati Mahapatra

Others

3  

Pranati Mahapatra

Others

ସ୍ଵପ୍ନ ଏବେ ରାମରାଜ୍ୟ

ସ୍ଵପ୍ନ ଏବେ ରାମରାଜ୍ୟ

1 min
263


ସ୍ନେହ ଶ୍ରଦ୍ଧା ଭଲପାଇବା ଦ୍ରବ୍ୟ ଦେଇ

ଗଢିବାର ଥିଲା ସ୍ଵପ୍ନ ରାମରାଜ୍ୟର,

ସତ୍ୟ, ଧର୍ମ, ନ୍ୟାୟରେ ଗଢିଥିଲି 

ଅନେକ ସୁନ୍ଦର ମୂର୍ତ୍ତି ମାନ,

ଜୀବନ୍ତ ହୋଇଉଠିଥିଲେ ସେମାନେ।

ତନ୍ମଧ୍ୟରୁ ବାହାରିଲେ

 ଲାଲ,ବାଲ,ପାଲ,ଲୌହମାନବ,

ସତ୍ୟର ପୂଜାରୀ, 

ଦେବସନ୍ତାନ ମାନେ।

ଲଢିଲେ ଅସତ୍ୟ ବିରୁଦ୍ଧେ

ଧ୍ଵଂସ କଲେ ରାବଣର ଔଦ୍ଧତ୍ୟ।

ବୀଜବପନ କଲେ ରାମରାଜ୍ୟର,

ଗଡି ଚାଲିଲା ସମୟ,

ବିତିଗଲା ସେ ଯୁଗ,

ଆସିଲେ ଆହୁରି ଅନେକ।

ହେଲେ ରାମ ନୁହନ୍ତି କି ଯୀଶୁ ନୁହନ୍ତି,

କି ନାନକ କବୀର ନୁହନ୍ତି।

ଆସିଲେ ଶହଶହ ରାବଣ, କଂସ

ଲଙ୍କାପୁରୀ ପାଲଟି ଗଲା,

ମୋର ଏହି ରାମରାଜ୍ୟ

କରିଦେଲେ ସବୁ କିଛି ଧ୍ଵଂସ

ବିଭୀଷିକା ରଚନା କରିଥିଲେ

ରାମରାଜ୍ୟ ସ୍ଵପ୍ନହେଲା।

ହାତ ତିଆରି ମୂର୍ତ୍ତି ସବୁ

ଏବେ ମୂକ,ନୀରବ, ନିର୍ବାକ୍।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍