STORYMIRROR

Prasanta kumar Hota

Others

2  

Prasanta kumar Hota

Others

ସ୍ଵପ୍ନ ବିଶ୍ୱ କପ୍ ହକି

ସ୍ଵପ୍ନ ବିଶ୍ୱ କପ୍ ହକି

1 min
495



ସରାଗରେ ସଜେଇଥିଲି ସ୍ଵପ୍ନକୁ

ବାନ୍ଧିଥିଲ ମୋ ମନ ମନ୍ଦିରେ

ନିତି ଦେଖୁଥିଲି ଉଦ୍ଦିପ୍ତ ଚେତନାରେ

ଝଲମଲ ହୋଇ ଦିଶୁଥିଲା

ପ୍ରତିଟି ମୁହୂର୍ତ୍ତ ପ୍ରତିଟି କ୍ଷଣ

ଭାରତ ଜିତିବ ବିଶ୍ୱକପ୍ ହକିରେ


ତାଳିମାରି କମ୍ପାଇ ଦେଉଥିଲି

ଷ୍ଟାଡିୟମ ର ଗ୍ୟାଲେରୀରେ

ସ୍ଵାକ୍ଷରିତ ହେବ ସ୍ମୃତି ଚିହ୍ନ ମୋର

ଦେଉଥିବା ଉତ୍ସାହରେ

ମାତୃଭୂମିର ବିଜୟରେ

ସ୍ଵପ୍ନ କିନ୍ତୁ ଭାଙ୍ଗିଗଲା ସେମିଫାଇନାଲରେ


ସାରା ଆକାଶଟା ଛିଣ୍ଡିଗଲା ସତେ

ହଜିଗଲା ସ୍ଵପ୍ନ ବନ୍ଦ ଆଖିର ଚେତାରୁ

ପୁଣି କିନ୍ତୁ ଦେଖାଦେଲା ଧୀରେ ଧୀରେ

ଦୂର ଆକାଶର ଜହ୍ନ ପରି

ଦୁଇ ହାତରେ ମେଞ୍ଚାଏ ଆଶା ନେଇ

ସୁନାର ମିରିଗ ପଛେ ଧାଇଁବା ପାଇଁ


କେତେ କଷ୍ଟ କେତେ ଯନ୍ତ୍ରଣା

ସ୍ଵପ୍ନ ଭାଙ୍ଗିଗଲେ ଥରେ

ତଥାପି ସ୍ଵପ୍ନ ଆସେ ମସଗୁଲ୍ କରେ

ପୁଣି ଥରେ ଆସିବେ କଳିଙ୍ଗ ମାଟିରେ

ଭରିଯିବ ଦର୍ଶକ ଗ୍ୟାଲେରୀ

ଭାରତ ଜିତିବ ବିଶ୍ୱକପ୍ ହକିରେ ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍