ସପନ ଭାଙ୍ଗିଲେ ମନର ବେଦନା
ସପନ ଭାଙ୍ଗିଲେ ମନର ବେଦନା
1 min
1.3K
ନିଝୁମ ରାତିରେ ଯେବେ ନିଦ ହୋଇଯାଏ
ନିଦ ହୋଇଗଲା ପରେ ସ୍ବପ୍ନ ଆସିଯାଏ ।
ନିଦ ଯଦି ଭାଙ୍ଗିଯାଏ ଭାଙ୍ଗି ଯାଏ ସ୍ବପ୍ନ
ସପନ ଭାଙ୍ଗିଲେ ପୁଣି ଭାଙ୍ଗି ଯାଏ ମନ।
ସପନ ଭାଙ୍ଗିଲେ ଭାଙ୍ଗି ଯାଏ ଅନୁଭୂତି
ଭୁଲି ହୁଏ ନାହିଁ ସେଇ ସପନର ସ୍ମୃତି ।
ସପନ ଖେଳେ ନିଜ ସାଥେ ଲୁଚକାଳି ଖେଳ
ସାକାର ହୁଏନି ସ୍ବପ୍ନ ମିଥ୍ଯା ଟାହିଁ ଫଳ।
ସ୍ବପ୍ନରେ ମଣିଷ ହୁଏ ମଣିଷ ସୌଦାଗର
ସପନେ ଆଲୋକ ନିଦ ଭାଙ୍ଗିଲେ ଅନ୍ଧାର ।
ଏ ବିସ୍ତିର୍ଣ୍ଣ ଜୀବନରେ ଏମିତି ଆସେ କେତେ ସ୍ବପ୍ନ
ସପନ ଭାଙ୍ଗିଲେ ଲାଗେ ଏ ମନ ଚିନ୍ତା ଓ ବିଷଣ୍ଣ ।
