ସୋସିଆଲ ମିଡ଼ିଆ ଓ ଇଣ୍ଡିଆ
ସୋସିଆଲ ମିଡ଼ିଆ ଓ ଇଣ୍ଡିଆ
1 min
631
ଧନ୍ୟ ତୁମେ ମାର୍କ ଧନ୍ୟ ତୁମେ ଜ୍ୟାକ।
କି ଲୀଳା ଭେଇଲ ଜଗତ ରେ ….।
ସକାଳରୁ ସଞ୍ଜ ଧରି ତୁମ ନାମ
ପାରି ହେଲୁ ଭଵ ସାଗର ରେ ....।
ତୁମ ଫେସବୁକ ଆହେ ଜୁକରଵର୍ଗ
ରଚିଲାଣି ନୂଆ ଇତିହାସ ...।
ଟ୍ୱିଟର ତୁମର ଥଣ୍ଟ ରେ କେଞ୍ଚଇ
ଅସଂଖ୍ୟ ଇଉଜର ଆହେ ଡ୍ରସ.....।
ଛାଡି କାମ ଦାମ ତ୍ୟାଗିଣ ଉଦ୍ୟମ
ସଦା ବ୍ୟସ୍ତ ତୁମ ପାଦୁକା ରେ ..… ।
ଲାଗୁଛୁ ଲଢେଇ ନିଜର ବଡେଇ
କରି କରି ଗଲା ସମୟ ରେ .......।
ଏ ଭାରତ ଦେଶେ ପ୍ରତି ଜନ ମାନସେ
ରହିଛି ତୁମର ବଡ଼ ପ୍ରଭାବ.......।
କି ଧନୀ ଗରିବ ଲାଗେ ସଦା ଦ୍ୱନ୍ଦ
ଏହା ହିଁ ହେଲାଣି ସ୍ୱଭାବ .......।
ଭୁଲି ସଞ୍ଜମତା ଭାଷା ର ସଂହିତା
କରୁ କଳି ଆମେ ହିଂସ୍ର ଜନ୍ତୁ ପରି.......।
ଫସି ଆଇ:ଟି ସେଲେ ମାୟାପୁରୀ ଜାଲେ
ମିଛ ଲାଗେ ଧ୍ରୁବ ସତ୍ୟ ସରି........।
ଭାରତ ର ନୀତି ଶ୍ରେଷ୍ଠ ରାଜନୀତି
ପ୍ରଭାବି ସୋସିଆଲ ମିଡ଼ିଆ ରେ .....।
ସ୍ଵଦଳ ପ୍ରଚାରେ ସଵର୍ଗ ବ୍ୟସ୍ତ ରେ
ଦେଖାଇ ବଡିମା ଦୁନିଆରେ......।
ଆଉ ପାଦେ ବଢି ସର୍ବସ୍ୱ ଓଜାଡି
ପକାନ୍ତି ଦାଣ୍ଡରେ ହାଟରେ....।
ଜାତି ଜାତି ଫଟୋ ସେଲ୍ଫି ର ନାଟ
ଲାଗିଛି ଏଠି ମେଳାରେ.....।
ଧନ୍ୟତୁମେ ତାତ ସୋସିଆଲ ମିଡ଼ିଆ ମାତ
ବାନ୍ଧି ରଖିଛ ସଭିଙ୍କୁ ଡୋରୀରେ .....।
ତୁମ ପାଇଁ ସମୟ କରି ଅର୍ଥ ଶ୍ରାଦ୍ଧ
ଦିନ ରାତି ଲାଗୁ କଳି ରେ .......।
✍️ବଳରାମ ବାରିକ।
ନଟିଲ, ଯାଜପୁର/ଝାରସୁଗୁଡା।
