STORYMIRROR

MADHU MITA

Others

3  

MADHU MITA

Others

ସୋହାଗିନିର ପ୍ରକୃତ ବନ୍ଧୁ

ସୋହାଗିନିର ପ୍ରକୃତ ବନ୍ଧୁ

1 min
265

 ଅଳତା..ମେହେନ୍ଦି..ସିନ୍ଦୂର.. କଜ୍ଜଳ..


ଦିନକେ ରହୁ

ଦିନକେ ଯାଉ

ଯେତିକି ରହୁ

ବହୁତ କହୁ...


ଗାଢ଼ ତୋ ରଙ୍ଗ

ଗାଢ଼ ତୋ ସଙ୍ଗ

ଗଲାବେଳେ କିନ୍ତୁ

ଲାଗୁ ବେଢଙ୍ଗ...


ଟୋପାଏ ଆସୁ

ପ୍ରାଣ ବରସୁ..

ନିମିଷେ ହସି

ପ୍ରେମରେ ଭାସୁ...


ସୁନ୍ଦର ତୋର

ରୂପ ଭଣ୍ଡାର

ଅଶ୍ରୁ ସଜଳ

ସ୍ନାନ ତୋହର...


ବନ୍ଧୁ ତୁ ମୋର ..

ଯୁଗ ଯୁଗର..

ତୋ ବିନା ନାହିଁ..

ଅସ୍ତିତ୍ବ ମୋର..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍