STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ସଂଯମୀ ସଂହାରକ

ସଂଯମୀ ସଂହାରକ

1 min
359

ମୃତ୍ୟୁ...

ତୁମେ ହୋଇପାର ଅନିର୍ବାଯ୍ୟ

କିନ୍ତୁ,ଅସଂଯତ ନୁହଁ.......... !

ଅଭିପ୍ରେତ,ଅଥଚ ଅଭିଶପ୍ତ ନୁହଁ... !!

କର୍କଶ କଙ୍କର,କିନ୍ତୁ ନୁହଁ କଳଙ୍କିତ !!


ମୃତ୍ୟୁ...

ତୁମେ ହୋଇପାର ନିଷ୍ଠୁର,ନିର୍ମମ

କିନ୍ତୁ ; ନୁହଁ ତୁମେ ଅନ୍ଧ ଧୃତରାଷ୍ଟ୍ର

ନୁହଁ ତୁମେ କପଟୀ ଶ୍ରୀକୃଷ୍ଣ....... !!

ଅବା, ଅନ୍ୟାୟୀ ଅନୁଶାସକ......!!


ମୃତ୍ୟୁ...

ତୁମେ ତ ମଣିଷର 

ବୁକୁଫଟା ହାହାକାର

ଅଭ୍ର ଆର୍ତ୍ତନାଦ....... !

ତୁମେ ବୈଦିକ ବିଶ୍ୱକର୍ମାଙ୍କ

ଅବୈଦିକ ନିର୍ମାଣ ପଦ୍ଧତି.... !!


ମୃତ୍ୟୁ...

ତୁମେ ସତ୍ୟ...

କିନ୍ତୁ ନୁହଁ ତୁମେ ସତ୍ୟାନ୍ୱେଷୀ...

ଉଦ୍ଦାମ,ଅବିବେକୀ ନୁହଁ...

ପାରମ୍ପରିକ,ପଳାୟନ ପନ୍ଥୀ ନୁହଁ ।।


ତୁମେ ଯେ...

ଆଗାମୀ ଜନ୍ମର ଆବାହନୀ...

ତର୍ପଣର ବୈତରଣୀ....

ନିର୍ବାଣର ପଥ ପ୍ରଦର୍ଶକ....

ନିୟତିର ଅନୁଧାବକ....

ପୃକୃତିର ପୃଷ୍ଠପୋଷକ....

ସର୍ବୋପରୀ ; ସଂଯମୀ ସଂହାରକ

ନୁହଁ ନିୟମ ବହିର୍ଭୂତ,

ନିର୍ବାକ୍,ନିସ୍ତବ୍ଧ, ନିର୍ବିକାର...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍